Tuesday, March 3, 2026
34.2 C
Odisha

    ନିରବୀ ଗଲେ ବିଶିଷ୍ଠ ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଗକୁ ପଢନ୍ତୁ

    ବିଶିଷ୍ଠ ଓଡିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଓଡିଆ ସଙ୍ଗୀତ ଜଗତରେ ବେଶ ଲୋକପ୍ରିୟ ଥିଲେ ଶାନ୍ତିଲତା । ତାଙ୍କର ଅନେକ ଭଜନ ଲୋକଙ୍କ ହୃଦୟକୁ ଛୁଇଁଥିଲା । ହେଲେ ଦୀର୍ଘ ଦିନ ହେଲା ସେ ଗଳା କର୍କଟରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶାନ୍ତିଲତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.2 ° C
    34.2 °
    34.2 °
    10 %
    3.3kmh
    53 %
    Tue
    33 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ