Sunday, October 19, 2025
27.3 C
Odisha

    SI ନିଯୁକ୍ତି ଜାଲିଆତି; ମାଷ୍ଟର ମାଇଣ୍ଡ ମୁନା ର କଳାପଥରସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍

    ଆଗକୁ ପଢନ୍ତୁ

    କଳାପଥର : ଏସ.ଆଇ ନିଯୁକ୍ତି ଜାଲିଆତି ଘଟଣାରେ ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ମୁନା ମହାନ୍ତି ଗିରଫ ପରେ ତାର ବାଙ୍କୀ କଳାପଥର ତଳସାହି ସ୍ଥିତ ବାସଭବନ କ୍ରାଇମବ୍ରାଞ୍ଚର ଛାନଭିନ୍ । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ ଅଚାନକ ପହଁଚି ବିଭିନ୍ନ ଦିଗକୁ ନେଇ ଛାନଭିନ କରିଛି ।ମୁନା ଓ ତାର ଘନିଷ୍ଠ ସହଯୋଗୀଙ୍କୁ ଶୁକ୍ରବାର ଦଶପଲ୍ଲା ଅଂଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଯାହା କ୍ରାଇମବ୍ରାଞ୍ଚର ଡିଜି ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଥିଲେ ।

    ସୂଚନାଯୋଗ୍ୟ, ମୁନା ଅଷ୍ଟମ ଫେଲ୍ ପରେ ଗାଁ ରେ ଗଞ୍ଜେଇ ବିକୁଥିଲା । ପରେ ଭୁବନେଶ୍ୱର ଚାଲିଯାଇ ଚା ଦୋକାନ ଚଳାଇବା ବାହାନାରେ ଗଞ୍ଜେଇ ସହ ପାଉଡର ବିକିଲା । ବଡ଼ ବଡ଼ିଆ ଲୋକଙ୍କ ପରିଚିତ ହେଲା । ପ୍ଲଟ ଦଲାଲ, ପୁରୁଣା ଗାଡ଼ି କିଣା ବିକା, ଚୋରା ବାଲି ବ୍ୟବସାୟ, କରୋନା ସମୟରେ ଆନ୍ଧ୍ରପ୍ରଦେଶ ବାଲି ଚାଲାଣ, କଳାପଥର, ବାଙ୍କୀ, ଆଠଗଡ଼ ଅଂଚଳ ରେ ଚୋରା ଦେଶୀ ମଦ ବ୍ୟବସାୟ ଆଦି କାର୍ଯ୍ୟରେ ଲିପ୍ତ ଥିଲା । ପରେ ଦାମୀ ଗାଡ଼ି ଚଢିବା ଓ ଅୟସ ଆରାମ ଜିନ୍ଦେଗୀ ଜିଇଁବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ । ମୁନା ଗାଁରେ ପାତିଆର ଦେଖାଉଥିବା ବେଳେ ଯାନୀ ଯାତ୍ରାରେ ଟଙ୍କା ପାଣି ପରି ଖର୍ଚ୍ଚ କରୁଥିବା ସୂଚନା ମିଳିଛି ।କ୍ରାଇମବ୍ରାଞ୍ଚ ଛାନଭିନରେ ବିଭିନ୍ନ ସାର୍ଟିଫିକେଟ, କାଗଜପତ୍ର ହାତରେ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମୁନାର ମା ଉପସ୍ଥିତ ଥିଲେ । ଚଢ଼ାଉରେ କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ ସହ ବୈଦେଶ୍ଵର ପୋଲିସ ସାମିଲ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    77 %
    1.6kmh
    58 %
    Sun
    28 °
    Mon
    26 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ