Wednesday, September 10, 2025
28.2 C
Odisha

    କମିଲା ରୁପା ଦର; ଜାଣନ୍ତୁ କେଉଁଠି କେତେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୁରୁବାର ରୂପା ଦରରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି ଏବଂ ଏହା ଗତକାଲି ତୁଳନାରେ କିଲୋଗ୍ରାମ ପିଛା୧୪୦୦ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ପରେ ରୂପା ୯୪ ହଜାର ୮୦୦ ଟଙ୍କା ହୋଇଯାଇଛି । ସୁନା ମୂଲ୍ୟରେ ମଧ୍ୟ ଆଜି ହ୍ରାସ ଘଟିବା ଦେଖିବାକୁ ମିଳିଛି । ଗତକାଲି ତୁଳନାରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୦୦ ଟଙ୍କା ଶସ୍ତା ହୋଇ ୭୨ ହଜାରରେ ପହଞ୍ଚିଛି । ଆଜି ଅର୍ଥାତ ୩୦ ମେ ୨୦୨୩ରେ ଡେଲିଭରୀ ରୂପା ଗହଣା ବଜାରରେ ଗତକାଲି ତୁଳନାରେ କିଲୋଗ୍ରାମ ପିଛା ୧୪୦୩ ଟଙ୍କା ଶସ୍ତା ହୋଇ ୯୪ ହଜାର ୭୫୯ ଟଙ୍କା ହୋଇଛି । ବୁଧବାର ଦିନ ରୂପା କିଲୋଗ୍ରାମ ପିଛା ୯୬ ହଜାର ୧୬୨ ଟଙ୍କାରେ କ୍ଲୋଜ ହୋଇଥିଲା । ଗହଣା ବଜାରରେ ସୁନା ମଧ୍ୟ ରୂପା ପରି ଗୁରୁବାର ଦିନ ହ୍ରାସ ପାଇବା ଦେଖାଦେଇଛି । ୫ ଜୁନରେ ଡେଲିଭରୀ ସୁନା ଏମସିଏକ୍ସରେ ଗତକାଲି ତୁଳନାରେ ପ୍ରତି ୧୦ ଗ୍ରାମ ପିଛା ୨୧୮ ଟଙ୍କା ଶସ୍ତା ହୋଇ ୭୧ ହଜାର ୯୭୫ ଟଙ୍କାରେ ପହଁଚିଛି । ସେହିଭଳି ଗତକାଲି ଏହା ୭୨ ହଜାର ୧୯୩ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ବନ୍ଦ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    80 %
    0.9kmh
    51 %
    Wed
    27 °
    Thu
    31 °
    Fri
    32 °
    Sat
    30 °
    Sun
    32 °

    ସମ୍ବନ୍ଧିତ