Friday, September 11, 2026
23.7 C
Odisha

    ଦେଶ ଛାଡି ପଳାୟନ କରୁଥିଲେ ସିରିଆ ରାଷ୍ଟ୍ରପତି, ବାଟରେ ବିମାନ ହେଲା କ୍ରାଶ୍‌!

    ଆଗକୁ ପଢନ୍ତୁ

    ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା। ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ସିରିଆରେ ଗୃହଯୁଦ୍ଧ ଚାଲିଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ତାଙ୍କ ପରିବାର ସହିତ ରାଜଧାନୀ ଡାମାସକସ୍‌ ଛାଡି ପଳାଇଥିଲେ। ସେମାନେ ବିମାନରେ ଯାତ୍ରା କରୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ତଳକୁ ଖସାଇ ଦେଇଛନ୍ତି ବୋଲି ଦାବି କରାଯାଉଛି।
    ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ରହୁଥିବା ରାଜଧାନୀ ଡାମାସ୍‌କସ୍‌ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍‌କସ୍‌ ସେମାନଙ୍କର ଶେଷ ଟାର୍ଗେଟ ବୋଲି ବିଦ୍ରୋହୀ କମାଣ୍ଡର କହିଛନ୍ତି। ରାଷ୍ଟ୍ରପତି ଅସାଦ ଦେଶ ଛାଡ଼ି ପଳାଇଥିବା ଖବରକୁ ସରକାରୀ ଗଣମାଧ୍ୟମ ଖଣ୍ଡନ କରିଛି। ଯୋଦ୍ଧାମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜଧାନୀକୁ ଚାରିପଟୁ ଘେରିବା ଆରମ୍ଭ କରିଥିବା ସେମାନଙ୍କ କମାଣ୍ଡର ହାସନ ଅବଡେଲ୍‌ ଘନିଙ୍କ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    98 %
    0.9kmh
    98 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ