Wednesday, September 9, 2026
30.9 C
Odisha

    ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣା: ନ୍ୟାୟ ଦାବି କଲେ ଭଉଣୀ

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଅଜାଡ଼ିହ ଛକ ନିକଟରେ ଗତ ସୋମବାର ଭୋର ସକାଳୁ ବେତନଟୀ ଅଞ୍ଚଳର ଜନୈକ ଯୁବକ ଆଶୁତୋଷ ଔରଫ ଵୁଡୁ(୩୮)ଙ୍କ କ୍ଷତାକ୍ତ ମୃତଦେହ ମିଳିଥିବା ବେଳେ ଗତକାଲି ଉକ୍ତ ମାମଲାରେ ଜଡିତ ବେତନଟୀ ଅଞ୍ଚଳର ୩ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ନେଇ ଜିଲ୍ଲା ଏସପିଙ୍କୁ ଭେଟି ଭାଇ ମୃତ୍ୟୁର ତ୍ୱରିତ ତଦନ୍ତ ପୂର୍ବକ ଉଚିତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଆଶୁତୋଷର ବଡ଼ ଭଉଣୀl

    ସୂଚନା ଥାଉ କି ଗତ ରବିବାର ଭୋର ଜାତୀୟ ରାଜପଥ ଉପରେ ମୃତ ଆଶୁତୋଷର କ୍ଷତାକ୍ତ ମୃତ ଦେହ ମିଳିବା ପରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ସେଦିନ ରାତିରେ ଆଶୁତୋଷ ସହିତ କାରରେ ଥିବା ତାର ତିନିଜଣ ବନ୍ଧୁ ଚିନା, ହରିଶଙ୍କର ଓ ଆନିର୍ବାଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ହେଲେ ଏବେବି ଆଶୁତୋଷ ମୃତ୍ୟୁ ଘଟଣା ପରଦା ଆଢୁଆଳରେ ଥିବାବେଳେ ପୁଲିସ ଘଟଣାର ତଦନ୍ତ ବ୍ୟାପକ କରି ଜୋରଦାର ଛାନଭିନ ଆରମ୍ଭ କରିଛିl

    ତେବେ ଏନେଇ ଗୁରୁବାର ଆଶୁତୋଷର ବଡ଼ ଭଉଣୀ ପ୍ରିୟମ୍ବଦା ବାରିପଦାରେ ଜିଲ୍ଲା ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ସାକ୍ଷାତ କରି ପୁଣି ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଏବଂ ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ସେଦିନ ରାତିରେ ତାଙ୍କ ଭାଇଙ୍କୁ ତାଙ୍କ ସାଙ୍ଗମାନେ ଯାତ୍ରା ଦେଖିବାକୁ ଡ଼ାକିନେଇ ହତ୍ୟା କରିଥିବାର ସନ୍ଦେହ ପ୍ରକଟ କରିଛନ୍ତି l ସେ ଆହୁରି ଲେଖିଛନ୍ତି କି ଘଟଣାର ୪ଦିନ ପରେ ବି ତାଙ୍କ ଭାଇ ମୃତ୍ୟୁର ସଠିକ କାରଣ ଜଣା ନପଡିବା ଦୁର୍ଭାଗ୍ୟଜନକ। ଏନେଇ ଏସପିଙ୍କ କହିବା କଥା କି ସେ ତାଙ୍କ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଜରିଆରେ ଆଶୁତୋଷଙ୍କ ପରିବାରକୁ ଘଟଣା ସମ୍ବନ୍ଧୀୟ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଛନ୍ତି ଓ ଏହି ମାମଲାରେ ପ୍ରାଥମିକ ପଦକ୍ଷେପ ପୂର୍ବକ ଜଡିତ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗତକାଲି ଗିରଫ କରାଯାଇଛି। ଆଗକୁ ତଦନ୍ତକୁ ଆହୁରି ବ୍ୟାପକ କରାଯାଇ ଘଟଣାର ସତ୍ୟତା ଖୁବଶୀଘ୍ର ଲୋକଲୋଚନକୁ ଅଣାଯିଵା ସହିତ ମାମଲାରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.9 ° C
    30.9 °
    30.9 °
    63 %
    3.4kmh
    99 %
    Wed
    31 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ