Friday, September 20, 2024
25.1 C
Odisha

    ମହାପ୍ରଭୁଙ୍କ ଗଜାନନ ବେଶ; କିପରି ପ୍ରସ୍ତୁତ ହାତୀ ବେଶ ?

    ଆଗକୁ ପଢନ୍ତୁ

    ହାତୀ ବେଶ ଅକ୍ଷୟ ତୃତୀୟାଠୁ ଅନୁକୂଳ ହୁଏ ଏବଂ ପୂର୍ଣ୍ଣିମାରେ ଶେଷ ହୁଏ l ପ୍ରଥମେ କଦଳୀ ପାଟୁଆ ରେ ଆଡ଼କାନୀ , ଚନ୍ଦ୍ର , ସୂର୍ଯ୍ୟ , କାନ , ହାଣ୍ଡିଆ ଏହି ସବୁ ପ୍ରସ୍ତୁତ କରାଯାଏl ଦରଜୀ ସେବକ ନୁଆ କପଡା ବୁଣି ସେଥିରେ ପକେଇଥାନ୍ତି l ତାଛଡା ସୋଲରେ ଘଣ୍ଟି , ନାକଚଣା , ପଦ୍ମ , କଢ଼ , ବିଭୁନ୍ନ ପ୍ରକାର ସୋଲର ଫୁଲ ଆଦି ଜରି ସାହାଯ୍ୟରେ ପ୍ରସ୍ତୁତ କରାଜାଏl ଏହି ସବୁ କାର୍ଯ୍ୟ ରେ ବିଶେଷ ପ୍ରକାର ର ଅଠା ପ୍ରସ୍ତୁତ ହୁଏ l କାଇଁଥ ଗଛର ରସ ରୁ ଏହି ଅଠା କୁ ବନଜାଇ ଥାଏl ପର୍ଯ୍ୟାୟ ଅନୁସାରେ ଏହି ବେଶ ସମ୍ପାଦନ ହୁଏ l ରୁକ୍ମିଣୀ ଏକାଦଶୀ ଦିନ ବଡ଼ ହାଣ୍ଡିଆ ପଡ଼େ ଯାହାକୁ ହାତୀ ମୁଣ୍ଡ କୁହାଯାଏ l କନା ପଡିକି ମହାପ୍ରଭୁଙ୍କର ପଣା ଭୋଗ ଏହିଦିନ କରାହୁଏ l ତାପରେ ପର୍ଯ୍ୟାୟ ଅନୁସାରେ ହାତୀ କାନ , ଥୋଡ ଖଞ୍ଜା ହେଇକି ହାତୀ ବେଶ ସମ୍ପୂର୍ଣ୍ଣ ହୁଏ l ପୂର୍ଣ୍ଣିମା ପୂର୍ବଦିନ ସବୁକାର୍ଯ୍ୟ ସମ୍ପୁର୍ଣ୍ଣ ହୁଏ l ପୂର୍ଣ୍ଣିମା ଦିନ ଭୋରୁ ଭୋରୁ ସଂସ୍କାର ପୂଜା ହେଇସାରିବା ପରେ ଶ୍ରୀ ମନ୍ଦିରରୁ ଘଣ୍ଟ ଛତା କାହାଳି ଆସି ବିଜେ କାହାଳି ବାଜି ସରିଲା ପରେ ଗୋଟେ ଗୋଟେ ବେଶ ଯାଇ ଶ୍ରୀ ମନ୍ଦିର ର ସ୍ନାନ ବେଦି ରେ ପହଂଚି ଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    88 %
    1.4kmh
    23 %
    Fri
    25 °
    Sat
    32 °
    Sun
    31 °
    Mon
    31 °
    Tue
    30 °

    ସମ୍ବନ୍ଧିତ