Sunday, February 2, 2025
21.1 C
Odisha

    ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଗୁଜୁରାଟ ଷ୍ଟୁଡେଂଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍‌ର ସିଇଓଙ୍କ ସୌଜନ୍ୟମୂଳକ ସାକ୍ଷାତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୩୧/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗୁଜୁରାଟ ଷ୍ଟୁଡେଂଟ ଷ୍ଟାର୍ଟ-ଅପ୍ ଆଣ୍ଡ ଇନୋଭେସନ୍ ହବ୍ (ଆଇ-ହବ୍‌)ର ସିଇଓ ଶ୍ରୀ ହିରଣ୍ମୟ ମହାନ୍ତ । ତାଙ୍କ ସହିତ ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ବୋଧିସତ୍ୱ ସଂଘପ୍ରିୟ ମଧ୍ୟ ପ୍ରଫେସର ନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ସୋଆରେ ଇନ୍‌କ୍ୟୁଭେସନ୍ ଓ ଷ୍ଟାର୍ଟ – ଅପ୍‌ର ବିକାଶ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶ୍ରୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ୟୁଏସ୍‌ଏର ପେନ୍‌ଷ୍ଟେଟ୍ କଲେଜ ଅଫ୍ ଇଞ୍ଜିନିୟରିଂର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ଡିଷ୍ଟିଙ୍ଗ୍ୟୁଇସ୍‌ଡ ପ୍ରଫେସର ତଥା ସୋଆର ଉପଦେଷ୍ଟା ପ୍ରଫେସର ଚିତ ରଞ୍ଜନ ଦାସ ଓ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    63 %
    2.2kmh
    0 %
    Sat
    21 °
    Sun
    35 °
    Mon
    35 °
    Tue
    35 °
    Wed
    36 °

    ସମ୍ବନ୍ଧିତ