Saturday, May 18, 2024
31.4 C
Odisha

    ସୋଆ ପ୍ରଫେସର ଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ କେନ୍ଦ୍ରମନ୍ତ୍ରୀ ଗଡକରିଙ୍କ ଦ୍ୱାରା ଲୋକାର୍ପିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୩୧/୦୧ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡକ୍ଟର ନଚିକେତା ଖମାରୀ ଶର୍ମା ଙ୍କ ଦ୍ୱାରା ପ୍ରଖ୍ୟାତ ସମାଜବାଦୀ ବିଚାରଧାରାର ଚିନ୍ତକ ଶ୍ରୀ ରଘୁ ଠାକୁର ଙ୍କ ରଚିତ ହିନ୍ଦୀ ପୁସ୍ତକ ‘ଗାନ୍ଧୀ – ଆମ୍ବେଦକର –କିତନେ ଦୁର କିତନେ ପାସ’ ର ଓଡିଆ ଅନୁବାଦିତ ପୁସ୍ତକ ଶନିବାର ନାଗପୁର ଠାରେ ଉନ୍ମୋଚିତ ହୋଇଯାଇଛି । ନାଗପୁର ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନିତିନ୍ ଗଡକରି ଏହି ପୁସ୍ତକର ଉନ୍ମୋଚନ କରିଥିଲେ ।
    ଶ୍ରୀ ଗଡକରି ଏହି ସଭାରେ ବକ୍ତୃ୍‌ତା ଦେଇ କହିଥିଲେ ଯେ ସମାଜର ହିତ ନିମନ୍ତେ ସମସ୍ତେ ଏକମତ ହେବା ଆବଶ୍ୟକ । ବିଚାରମତ ଦ୍ୱାରା ଦେଶର ପ୍ରଗତି ହେଲେ ଗାନ୍ଧୀ ଆମ୍ବେଦକରଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ ମତ ରଖିଥିଲେ ।
    ଗାନ୍ଧୀ ଆମ୍ବେଦକରଙ୍କ ବିଚାରଧାରାରେ କ’ଣ ମତ ପାର୍ଥକ୍ୟ ରହିଥିଲା ତାକୁ ଗୁରୁତ୍ୱ ନ ଦେଇ ସେମାନଙ୍କ ଚିନ୍ତାରେ କ’ଣ ଐକ୍ୟତା ଥିôଲା ସେ ବିଷୟକୁ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଥିଲେ । ଆଜି ବିଚାର ଭିନ୍ନତା ନୁହେଁ ମାତ୍ର ବିଚାର ଶୂନ୍ୟତା ହିଁ ସମାଜ ପାଇଁ ସମସ୍ୟାର କାରଣ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଏହି ପୁସ୍ତକର ମରାଠୀ ଅନୁବାଦ ମଧ୍ୟ ଲୋକାର୍ପିର୍ତ ହୋଇଥିଲା । ପ୍ରଫେସର ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେ ବର୍ତମାନ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.4 ° C
    31.4 °
    31.4 °
    44 %
    1kmh
    95 %
    Sat
    31 °
    Sun
    39 °
    Mon
    41 °
    Tue
    42 °
    Wed
    39 °

    ସମ୍ବନ୍ଧିତ