Saturday, October 10, 2026
24.5 C
Odisha

    ମା’କୁ ପିଟିପିଟି ମାରିଲା ପୁଅ, ଅଭିଯୁକ୍ତ ଅଟକ

    ଆଗକୁ ପଢନ୍ତୁ

    ଅନୁଗୁଳ: ସାମାନ୍ୟ ପାଟିତୁଣ୍ଡରୁ ମା’କୁ ହତ୍ୟା। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୁଲିସ ଅଟକ ରଖିଛି।
    ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣକୁ ନେଇ ମା’- ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣିଥରେ ମା’- ପୁଅଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ସରୋଜ ନାଏକ ନିଜ ମା’ ଲତା ନାଏକ (୭୦)ଙ୍କୁ ପିଟି ପିଟି ହତ୍ୟା କରିଛି।

    ଏ ଖବର ଗାଁଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମା’କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ