Saturday, September 19, 2026
24.6 C
Odisha

    ଫାଇନାଲରେ ଦକ୍ଷିଣ ଆଫ୍ରିକା: ଆଫଗାନିସ୍ତାନ ୯ ୱିକେଟରେ ପରାଜିତ

    ଆଗକୁ ପଢନ୍ତୁ

    ତରୋବା: ଟି-୨୦ ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ୯ ୱିକେଟରେ ପରାଜିତ କରିଛି ଆଫଗାନିସ୍ତାନର ୫୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୮.୫ ଓଭରରେ ଏକ ୱିକେଟ ହରାଇ ୬୦ ରନ୍ କରିଥିଲା।
    ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟୁଣ୍ଟନ ଡି କକ୍ ୫ ରନ୍ କରିଥିବାବେଳେ ରେଜା ହେଣ୍ଡ୍ରିକ୍ ଅପରାଜିତ ୨୯ ରନ୍ ଏବଂ ଅଧିନାୟକ ଆଡେନ ମାକ୍ରମ ଅପରାଜିତ ୨୩ ରନ୍ କରିଥିଲେ।ତିନିଦାଦର ତରୋବାର ବ୍ରିୟାନ ଲାରା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୁଲ ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ବିପଜ୍ଜନକ ବୋଲିଂ ସାମ୍ନାରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ପାୱାର ପ୍ଲେରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇଥିଲା। ଯାହା ପରେ ଟି-୨୦ ବିଶ୍ୱକପ ଇତିହାସରେ ଆଫଗାନିସ୍ତାନ ନାମରେ ଏକ ଲଜ୍ଜାଜନକ ରେକର୍ଡ ପଞ୍ଜିକୃତ ହୋଇଛି।

    ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦଳ ଉପରେ ବ୍ୟାକଫାୟାର କରିଥିଲା। ଆଫଗାନିସ୍ତାନର ୱିକେଟ୍ ପ୍ରଥମରୁ ଓଭରରୁ ଖସିଯିବାକୁ ଲାଗିଲା। ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାକୁ ଲାଗିଲା। ପାୱାର ପ୍ଲେରେ ଆଫଗାନିସ୍ତାନ ଦଳ ୫ ୱିକେଟ୍ ହରାଇଥିଲା। ଟି-୨୦ ବିଶ୍ୱକପ ଇତିହାସରେ ଏହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଟି-୧୦ ବିଶ୍ୱକପ ସେମିଫାଇନାଲ ମ୍ୟାଚର ପାୱାରପ୍ଲେରେ ୫ ୱିକେଟ ହରାଇ ଆଫଗାନିସ୍ତାନ ପ୍ରଥମ ଦଳ ଭାବେ ରେକର୍ଡ କରିଛି।

    ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ୧୧.୫ ଓଭରରେ ମାତ୍ର ୫୬ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନର ୧୦ ଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କରେ ମଧ୍ୟ ପହଞ୍ଚିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକାର ବୋଲରମାନେ ବହୁତ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ।

    ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନମାନଙ୍କୁ ଆଦୌ ହାତ ଖୋଲିବାର ସୁଯୋଗ ଦିଆଯାଇ ନ ଥିଲା। ଦକ୍ଷିଣ ଆଫ୍ରିକା ପାଇଁ ବୋଲିଂ କରୁଥିବାବେଳେ ମାର୍କୋ ଜାନସେନ୍ ଏବଂ ଟାବ୍ରେଜ୍ ଶାମସି ୩-୩ ୱିକେଟ୍ ନେଇଥିଲେ। ଏହା ସହିତ କାଗିସୋ ରାବାଡା ୨ ଟି ୱିକେଟ୍ ନେଇଥିଲେ ଏବଂ ଏନ୍ରିକ୍ ମଧ୍ୟ ୨ ୱିକେଟ୍ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ