Sunday, February 23, 2025
21.1 C
Odisha

    ୧୪ ବିଜେପି ବିଧାୟକ ବିଧାନସଭାରୁ ସସପେଣ୍ଡ୍, କାର୍ଯ୍ୟାନୁଷ୍ଠାନ ନେଲେ ବିଧାନସଭା ବାଚସ୍ପତି

    ଆଗକୁ ପଢନ୍ତୁ

    ହିମାଚଳ ପ୍ରଦେଶରେ ରାଜନୈତିକ ହଲଚଲ । ବିଧାନସଭା ବଜେଟ୍ ଅଧିବେଶନରୁ ସସପେଣ୍ଡ ହେଲେ ୧୪ ଜଣ ବିଜେପି ବିଧାୟକ । ବିଧାନସଭା ବାଚସ୍ପତି କୁଲଦପୀ ପଠାନିଆ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ସସପେଣ୍ଡ କରିଛନ୍ତି । ତେବେ ସସପେଣ୍ଡ ହେଇଥିବା ବିଧାୟକଙ୍କ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ସାମିଲ ଅଛନ୍ତି ।ସୂଚନା ମୁତାବକ, ଶିମଲାରେ ବୁଧବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଇଛି । ଏହି ସମୟରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଏମିତି କି ବିଧାୟକମାନେ ଧକ୍କା ଏବଂ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହେଇଥିଲା । ଏହାପରେ ବାଚସ୍ପତି ଏହି ବିଧାୟକମାନଙ୍କୁ ସସପେଣ୍ଡ କରିଥିଲେ ।ଏହି ସମୟରେ ବିଧାନସଭା ବାଚସ୍ପତିଙ୍କ ପାଖକୁ ଆସି ବିଜେପି ବିଧାୟକମାନେ ନାରାବାଜି କରିଥିଲେ । ବାଚସ୍ପତିଙ୍କ ବିରୋଧରେ ହାଏ ହାଏ ନାରା ଦେଇଥିଲେ ବିରୋଧୀ ବିଜେପି ବିଧାୟକ । ଏହି ସମୟରେ ଗୃହରେ କାଗଜପତ୍ର ଏବଂ ଚେୟାର ମଧ୍ୟ ଫିଙ୍ଗିଥିଲେ ବିରୋଧୀ । ତେବେ ଗୃହ ଲଗାତାର ଭାବେ ଅଶାନ୍ତ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    27 %
    1.8kmh
    0 %
    Sun
    21 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ