Monday, April 13, 2026
40.8 C
Odisha

    ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ସରକାର ଏବେ ଗୋବଂଶ ବୃଦ୍ଧି ସହିତ ଏମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିବା ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆଇନ୍‌ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଗୋ ହତ୍ୟା ବନ୍ଦ ହେବ। ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ। ରାଜ୍ୟ ସରକାର ଖୁବ ଶୀଘ୍ର ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି। ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି। ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି। ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ। ଅନ୍ୟପଟରେ ରାଜ୍ୟ ଗୋ ହତ୍ୟା ରୋକିବା ପାଇଁ ଆସିବାକୁ ଥିବା ବିଲକୁ ନେଇ ବିରୋଧୀ ଦଳର ନେତାମାନେ କଟାକ୍ଷ କରିଛନ୍ତି। ବିଜେଡି କହିଛି, ପ୍ରଥମେ ଚିହ୍ନଟ କରାଯାଉ, କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକ୍ରି କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଟାର୍ଗେଟ ନକରିବାକୁ ଦଳ କହିଛି। କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରିଛି। ବିଦେଶକୁ ଗୋମାଂସ ପଠାଇବାରେ ଉତ୍ତରପ୍ରଦେଶ ପ୍ରଥମ, ଦ୍ବିତୀୟରେ ମଧ୍ୟପ୍ରଦେଶ ରହିଛି। ସେଠାରେ ମାଂସ’କୁ କାଟିବାକୁ ଫ୍ୟାକଟ୍ରି ହୋଇଛି। ସେଥିରେ କେଉଁ ଦଳ ସଂପୃକ୍ତ, ତାହା ଜାଣିବା ଦରକାର। ପ୍ରଥମେ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
    ସୂଚନାଯୋଗ୍ୟ, ରାଜ୍ୟରୁ ବାହାର ରାଜ୍ୟକୁ ବେଆଇନ୍‌ ଭାବେ ଗୋଚାଲାଣ ହେଉଛି। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଂଜ ଜିଲ୍ଲାରେ ଏହା ଅଧିକ। ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ବେଆଇନ୍‌ ଭାବେ ଗୋଚାଲାଣ ବେଳେ ଅନେକ ସମୟରେ ଗୋରୁଗାଡ଼ି ଧରାପଡ଼ିଛି। ଗୋଚାଲାଣ ‌ବେଳେ ଦଲାଲ ଓ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନଙ୍କର ମଧ୍ୟରେ ମୁହାଁମୁହିଁ ହୋଇଛି। ସେହିପରି ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ ନଜରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ