Wednesday, October 14, 2026
24.8 C
Odisha

    ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ

    ଆଗକୁ ପଢନ୍ତୁ

    ମୁମ୍ବାଇ: ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାବୀସ। ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତାଙ୍କ ସହ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।ଏହି ଶପଥଗ୍ରହଣ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ ।ଏହି ଶପଥ ଗ୍ରହଣ ସମାରୋହରେ ମାୟାନଗରୀ ମୁମ୍ବାଇର ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା । ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ, ସଲମନ ଖାଁ, ରଣବୀର କପୁର, ରଣବୀର ସିଂ, କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକର, ଶିଳ୍ପପତି ମୁକେଶ ଅମ୍ବାନି ଓ ନୀତା ଅମ୍ବାନି, ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟ ଏହି ଉପଲକ୍ଷେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ