Tuesday, October 6, 2026
22.3 C
Odisha

    ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ। ଆଉ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କ୍ଷମତାକୁ ଆସିବେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପିର ବିଜୟ ପାଇଁ ଓଡ଼ିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ସେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳର ଜଣେ ସାଧାରଣ କର୍ମୀ ଭାବେ ସେ ବିଜେପି ପାଇଁ କାମ ଆରମ୍ଭ କରିଥିଲେ। ଏହାପରେ  ସରପଞ୍ଚ ଭାବେ ବିଜୟୀ ହୋଇ ନିଜ ପଞ୍ଚାୟତର ସେବା ପାଇଁ ଆଗେଇ ଆସିଲେ। ଏହି ସମୟରେ ଲୋକଙ୍କ ସେବା ହିଁ ତାଙ୍କୁ ଆଗକୁ ବଢିବାକେୁ ସୁଯୋଗ ଦେଇଥିଲା। ଫଳରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ। ଆଜି ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଛନ୍ତି।

    ତେବେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିବଛନ୍ତି ତାକୁ ଓଡ଼ିଶାର ବିଜେପି ଉପରେ ନ୍ୟସ୍ତ ହୋଇଛି। ଏହାକୁ ପୂରଣ କରିବାକୁ ରାଜ୍ୟ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

    ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ ପରେ ଏକ ପରିିବର୍ତ୍ତନ ଲକ୍ଷ୍ୟ ନେଇ  ବିଜେପି କାମ କରୁଥିଲା। ନିର୍ବାଚନରେ ଦଳ ଯୁଦ୍ଧ କ୍ଷେତ୍ରରେ ସୈନିକ ଭାବେ ଲଢି ବିଜୟ ଲାଭ କରିବା ପରେ ଆଜି ସମସ୍ତେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରୁଛୁ। ସଂଘର୍ଷ ପରେ ଏହା ବିଜୟର ଉତ୍ସବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ