Sunday, March 22, 2026
21.2 C
Odisha

    ମହାପ୍ରଭୁଙ୍କ ପାଇଁ ପଦ୍ମ ଓ ତୁଳସୀ ପଠାଇଲା ପୁରୀ କୃଷିବିଜ୍ଞାନ କେନ୍ଦ୍ର

    ଆଗକୁ ପଢନ୍ତୁ

    ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ତୁଳସୀ ଓ ପଦ୍ମଫୁଲ ପଠାଇ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ଏହା ଆଗରୁ କୃଷକ ମାନଙ୍କପାଇଁ ଅଧିକ ଅମଳକ୍ଷମ ଧାନ, ପନିପରିବା ସହିତ ମାଛ, କୁକୁଡ଼ା,ଛତୁ ବିହନ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ଯୋଗାଇ ଚାଷୀ ମାନଙ୍କର ଅତି ପରିଚିତ ହୋଇଥିଲା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଲାଗି ଓୟୁଏଟିର ସାକ୍ଷୀଗୋପାଳସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଥମ କରି ୫୦ କେଜି ତୁଳସୀ ଓ ୧୦୦ ଗୋଟି ପଦ୍ମ ଫୁଲକୁ ଶ୍ରୀ ମନ୍ଦିରକୁ ପଠାଯାଇଛି ।

    କୃଷି ବିଜ୍ଞାନ କେନ୍ଦ୍ରର ୨୦.୦୦ ଡେସିମିଲ ପରିମିତ ସ୍ଥାନରେ ତୁଳସୀ ବଗିଚା ଏବଂ ୫୦ ଡେସିମିଲର ପୋଖରୀରେ ପଦ୍ମବନ ସୃଷ୍ଟି କରାଯାଇଛି । ଉକ୍ତ ତୁଳସୀ ବଗିଚାର ୭ଟି ପଟାଳିରେ କଳାତୁଳସୀ ଏବଂ ୭ଟି ପଟାଳିରେ ଧଳା ତୁଳସୀ ଲଗାଯାଇଛି ଓ ଏହି ବଗିଚାରେ ସିମ ଅଙ୍ଗନା, ସିମ-ଆୟୁ ଆଦି ଉନ୍ନତ କିସମର ତୁଳସୀ ମଧ୍ୟ ଚାଷ କରାଯାଇଛି । ସେହିଭଳି ଶ୍ରୀ ମନ୍ଦିରରେ ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପଦ୍ମ ପୋଖରୀରେ ଗୋଲାପୀ ଓ ଧଳା ରଙ୍ଗର ପଦ୍ମଫୁଲ ପ୍ରଜାତି ଚାଷ କରାଯାଇଛି ବୋଲି ସାକ୍ଷୀଗୋପାଳ ସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୂର୍ଯ୍ୟ ନାରାୟଣ ରଥଙ୍କ ଠାରୁ ସୂଚନା ମିଳିଛି । ପ୍ରତ୍ୟୋକ ଗୁରୁବାର ଦିନ ସାକ୍ଷୀଗୋପାଳସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶ୍ରୀ ମନ୍ଦିରକୁ ୨୫ ରୁ ୩୦ କେଜି ତୁଳସୀ ଶାଖା ଓ ୫୦ ଗୋଟି ପଦ୍ମଫୁଲ ପଠାଯିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ମାର୍ଗଦର୍ଶନ କ୍ରମେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ତୁଳସୀ ଓ ପଦ୍ମଫୁଲ ପଠାଯିବା ସମୟରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ମାନେ ଖୁସିବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ