Saturday, April 4, 2026
25.6 C
Odisha

    ଲାଉ କାଟିବା ବେଳେ ଆଖିରେ ପଶିଲା ଦାଆ, ମହିଳା ଗୁରୁତର

    ଆଗକୁ ପଢନ୍ତୁ

    ବାରିପଦା : ଘର ବାଡ଼ିକୁ ଲାଉ କାଟିବାକୁ ଯାଇଥିବା ବେଳେ ଆଖିରେ ଦାଆ ପଶି ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମହିଳା ଜଣକ ହେଲେ ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡା ଅଞ୍ଚଳର ଜ୍ୟୋତ୍ସ୍ନା ରାନା। ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ସମୟରେ ନିଜ ଘର ବାଡିରେ ଲାଉ କାଟିବା ପାଇଁ ଜ୍ୟୋସ୍ନା ଯାଇଥିଲେ। ମାତ୍ର ଅସାବଧାନତା କାରଣରୁ ଦାଆଟି ଆଖିରେ ବାଜିଥିଲା। ଏପରିକି ଆଖିରେ ଲାଗି ରହି ଯାଇଥିଲା ଦାଆ ଟି। ସେହିଭଳି ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲକୁ ଅଣାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ଆରମ୍ଭ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.8kmh
    84 %
    Sat
    28 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ