Saturday, June 28, 2025
24.5 C
Odisha

    ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

    ଆଗକୁ ପଢନ୍ତୁ

    ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଥବା କୁହାଯାଇଛି । ଏହି ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ହସ୍ତାନ୍ତର କରିବେ । କେନ୍ଦ୍ରୀୟ କମିଟି ପ୍ରାର୍ଥୀ ତାଲିକା ଉପରେ ଚୂଡାନ୍ତ ମୋହର ମାରିବ । ଆଜି ଦିଲ୍ଲୀରେ କୋର କମିଟି ବୈଠକ ବସୁଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ତେଣୁ କୋର କମିଟି ବୈଠକରେ କାହା ନାଁରେ ଚୂଡାନ୍ତ ମୋହର ବାଜିବ ତା ଉପରେ ନଜର ରହିଛି ।ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ପାଇଁ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲା । ତେଣୁ ଆଜିର ବୈଠକ ଉପରେ ନଜର ରହିଛି । ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିଥିଲେ । ଏଥିରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    1.6kmh
    100 %
    Fri
    25 °
    Sat
    28 °
    Sun
    31 °
    Mon
    31 °
    Tue
    25 °

    ସମ୍ବନ୍ଧିତ