Saturday, July 27, 2024
24.8 C
Odisha

    ବିଜେପି ଛାଡିପାରନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଟିକେଟରୁ ସଦାନନ୍ଦ ଗୌଡା ନିର୍ବାଚନ ଲଢିବା ଚର୍ଚ୍ଚା

    ଆଗକୁ ପଢନ୍ତୁ

    କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସଦାନନ୍ଦ ଗୌଡା ଖୁବଶୀଘ୍ର ବିଜେପିକୁ ବାଏ ବାଏ କରିପାରନ୍ତି । ମିଳିଥିବା ସୂଚନା ମୁତାବକ ସଦାନନ୍ଦ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇପାରନ୍ତି । ଏନେଇ କଂଗ୍ରେସ ପକ୍ଷରୁ ସଦାନନ୍ଦଙ୍କ ସହ ଆଲୋଚନା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ସଦାନନ୍ଦଙ୍କୁ ଉତ୍ତର ବାଙ୍ଗାଲୋର କିମ୍ବା ମହୀଶୂର ଆସନରୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏବେ ସଦାନନ୍ଦ ଗୌଡ ବାଙ୍ଗାଲୋର ଉତ୍ତରରୁ ସାଂସଦ ଅଛନ୍ତି କିନ୍ତୁ ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ପ୍ରାର୍ଥୀ କରିଛି ଯାହାକୁ ନେଇ ସଦାନନ୍ଦ ଅସନ୍ତୁଷ୍ଟ ଅଛନ୍ତି । ସଦାନନ୍ଦ ଗୌଡ ବିଜେପି ଛାଡିବା ଚର୍ଚ୍ଚା ଭିତରେ ଅନେକ ଦଳୀୟ ନେତା ତାଙ୍କ ଘରେ ପହଞ୍ଚି ବୁଝାଇବାକୁ ପ୍ରୟାସ କରିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସଦାନନ୍ଦ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି । ମହୀଶୂର ଆସନରୁ ସଦାନନ୍ଦ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ କଂଗ୍ରେସ ନେତା ମଧ୍ୟ ସଦାନନ୍ଦଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଉଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ମୋଦୀ ସରକାରରେ ସଦାନନ୍ଦ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ