Saturday, July 18, 2026
27.6 C
Odisha

    ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ: କୃଷ୍ଣଚନ୍ଦ୍ର ପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀଙ୍କୁ ଏଯାଏ ଚିହ୍ନଟ କରାଗଲାଣି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ ଏହି ତଥ୍ୟ ଜଣାପଡ଼ିଛି। ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,  ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ଜଣଙ୍କ ମଧ୍ୟରୁ ଆଜିଯାଏ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି। ଏବେ ବି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡ଼ିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ। ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ଏବଂ ସେମାନଙ୍କୁ ଯଥା ଶୀଘ୍ର ରାସନ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    78 %
    3.4kmh
    100 %
    Sat
    29 °
    Sun
    28 °
    Mon
    27 °
    Tue
    25 °
    Wed
    24 °

    ସମ୍ବନ୍ଧିତ