Thursday, December 26, 2024
19.2 C
Odisha

    ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ କଡ଼ା ଚେତାବନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣି ମାଲିକ ଓ ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀ କଡ଼ା ତାଗିଦ୍ କରିଛନ୍ତି । ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ମାସକର ମହଲତ ଦେବା ସହ ମାସକ ମଧ୍ୟରେ ନିୟମ ପାଳନ ନହେଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ସେ । ଆଇସିସି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି,  ଡିଏମଏଫ୍ ଫଣ୍ଡରେ ପଡ଼ିରହିଛି ୧୮ ହଜାର କୋଟି ଟଙ୍କା । ଡିଏମଏଫ୍ ଫଣ୍ଡର ହେଉନି ସଦୁପଯୋଗ । ଯୋଡ଼ା ବଡ଼ବିଲ ଅଞ୍ଚଳର ସ୍ଥିତି ବଖାଣି ଉଦବେଗ ପ୍ରକାଶ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳରେ ୧୪୧ଟି ଖଣି ଅଛି । ୬୦ରୁ ୭୦ଟି  ଶିଳ୍ପ ଅଛି । ହେଲେ ମେଞ୍ଚା ମେଞ୍ଚା ଧୂଳି ଜମୁଛି । ପାଣି ସିଞ୍ଚା ଯାଉନି । ମାଇନିଂ ଆକ୍ଟିଭିଟି ବଢୁଛି । ଆମକୁ ତ୍ରୁଟିକୁ ମାନିବାକୁ ପଡ଼ିବ । ଲୋକେ ଧୂଳିରେ ପୋତି ହେଉଛନ୍ତି । ପଇସା ଅଛି, କାହିଁକି ସବୁକିଛି ଷ୍ଟ୍ରିମଲାଇନ ହେଉନି । ଏସି ରୁମରେ ବସି ଯୋଜନା ହେଉଛି, କାର୍ଯ୍ୟାନ୍ଵୟନ ହେଉନି । ସମାଧାନ ବାହାର କରିବାର ଅଛି । ମେଞ୍ଚା ମେଞ୍ଚା ଅଫିସର ଯନ୍ତ୍ରୀ ଅଛନ୍ତି, କାମ ହେଉନି । ଜଳ, ଜଙ୍ଗଲ ଆଉ ଜମିକୁ ସୁରକ୍ଷା ଦେବା ଉଚିତ୍ ।  ରାଉରକେଲା,ଅନୁଗୁଳ,କେଓଁଝର,ତାଳଚେର ବହୁତ ପ୍ରଦୂଷଣ ସହର ପାଲଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.2 ° C
    19.2 °
    19.2 °
    96 %
    1.6kmh
    16 %
    Thu
    19 °
    Fri
    27 °
    Sat
    29 °
    Sun
    28 °
    Mon
    28 °

    ସମ୍ବନ୍ଧିତ