Wednesday, July 2, 2025
24.5 C
Odisha

    ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରବାହ

    ଆଗକୁ ପଢନ୍ତୁ

    ରାଜ୍ୟରେ ଗ୍ରୀଷ୍ମ ପ୍ରବାହ । ସକାଳ ହେଲାମାତ୍ରେ ତାତି କରୁଛି କଲବଲ । ଗତକାଲି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ । ଏହାପରେ ୪ ତାରିଖରୁ ଆହୁରି ତାତିବ ଓଡିଶା ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଓ କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
    ସୋମବାର ଝାରସୁଗୁଡା ଏବଂ ବାରିପଦାରେ ତାପମାତ୍ରା ସର୍ବାଧିକ ୪୦.୪ଡ଼ିଗ୍ରୀ ଥିବାବେଳେ ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟିଲାଗଡରେ ତାତି ୪୦ଡ଼ିଗ୍ରୀ ଛୁଇଁଛି । ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ୩୯.୪ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପାଣି ଅଭାବ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ କୁହାଯାଇଛି । ବଜାର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସମାବେଶ ସ୍ଥଳରେ ପାନୀୟ ଜଳ କିଓସ୍କ ଖୋଲିବା ସହ ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ପ୍ରତିଷେଧକ ରକ୍ଷଣାବେକ୍ଷଣ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    1.6kmh
    100 %
    Wed
    26 °
    Thu
    30 °
    Fri
    25 °
    Sat
    28 °
    Sun
    28 °

    ସମ୍ବନ୍ଧିତ