Tuesday, March 24, 2026
35.6 C
Odisha

    ଉତ୍ତର ପ୍ରଦେଶ ପୁଲିସ ପରୀକ୍ଷା ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ କନେଷ୍ଟବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଆଡ୍‌ମିଟ୍‌ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିକରେ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ ରହିଛି ଏବଂ ତାହା ଶନିବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଭାଇରାଲ୍‌ ହୋଇଥିବା ପୋଷ୍ଟ୍‌ଗୁଡ଼ିକରେ ସନ୍ନି ଲିଓନ୍‌ଙ୍କର ଦୁଇଟି ଫଟୋ ଓ ନାଁ ଉଲ୍ଲେଖ ଥିବା ଆଡ୍‌ମିଟ୍‌ କାର୍ଡ ସେୟାର୍‌ ହେଉଛି। କନ୍ନୌଜରେ ଥିବା ‘ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ୍‌ ଗାର୍ଲସ୍‌ କଲେଜ’ ପରୀକ୍ଷା କେନ୍ଦ୍ର ଓ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୧୨.୦୫ ପର୍ଯ୍ୟନ୍ତ ପରୀକ୍ଷା ସମୟ ବୋଲି ଉକ୍ତ ଆଡ୍‌ମିଟ୍‌ କାର୍ଡରେ ଲେଖାଯାଇଛି।

    ‘ଉତ୍ତର ପ୍ରଦେଶ ପୋଲିସ୍‌ ରିକ୍ରୁଟ୍‌ମେଣ୍ଟ୍‌ ଆଣ୍ଡ୍‌ ‌ପ୍ରମୋସନ୍‌ ବୋର୍ଡ’ର ୱେବ୍‌ସାଇଟ୍‌ରେ ୧୨୨୫୮୫୭୪ ନମ୍ବରରେ ପଞ୍ଜୀକୃତ ହୋଇଥିବା ଏହି ଆଡ୍‌ମିଟ୍‌ କାର୍ଡରେ ଲିଓନ୍‌ଙ୍କ ଫଟୋ ମଧ୍ୟ ରହିଛି। ଏ ସଂକ୍ରାନ୍ତରେ ନିଜଆଡୁ ସ୍ପଷ୍ଟୀକରଣ ଦେଇ ‘ଉତ୍ତର ପ୍ରଦେଶ ପୋଲିସ୍‌ ରିକ୍ରୁଟ୍‌ମେଣ୍ଟ୍‌ ଆଣ୍ଡ୍‌ ‌ପ୍ରମୋସନ୍‌ ବୋର୍ଡ’ କହିଛି ଯେ, ସନ୍ନି ଲିଓନ୍‌ଙ୍କ ନାମ ଥାଇ ଭାଇରାଲ୍‌ ହୋଇଥିବା ଆଡ୍‌ମିଟ୍‌ କାର୍ଡଟି ଜାଲ୍‌ (ଫେକ୍)। ପରୀକ୍ଷା ଦେବା ପାଇଁ ଆବେଦନ କରୁଥିବା ବେଳେ ଜଣେ ପ୍ରାର୍ଥୀ ଭୁଲ୍‌ ଫଟୋ ଅପ୍‌ଲୋଡ୍‌ କରିପକାଇଥିଲେ। ଅଭିଯୋଗ ପାଇବା ପରେ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ତୁରନ୍ତ ତାହାକୁ ସଂଶୋଧନ କରିଥିଲା।

    ସୂଚନାଯୋଗ୍ୟ, ଶନିବାରଠାରୁ ଉତ୍ତର ପ୍ରଦେଶ ପୁଲିସ କନେଷ୍ଟବଳ ଚାକିରି ନିମନ୍ତେ ପରୀକ୍ଷା ଆରମ୍ଭ ହୋଇଛି। ଏହା ଦୁଇ ଦିନ ଚାଲିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ