Saturday, October 10, 2026
24.5 C
Odisha

    ଚାରିସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ରାକ୍ଷୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଦିଲ ଖାନ ଦୁର୍ରାନି ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଛନ୍ତି। ଏଭଳି ମାମଲା ରୁଜୁ ହେବାପରେ ରାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁ ଦାବି କରିଥିଲେ। କିନ୍ତୁ ଏହି ଆବେଦନ ଖାରଜ ହୋଇଯାଇଛି।
    ୪ସପ୍ତାହ ମଧ୍ୟରେ ନିମ୍ନଅଦାଲତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ରାକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକ‌ାଶିତ ରିପୋର୍ଟ ମୁତାବକ, ରାକ୍ଷୀ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଥିଲେ। ଏପ୍ରିଲ ୨୨ ତାରିଖ ସୋମବାର ଦିନ ରାକ୍ଷୀଙ୍କ ଏହି ଆବେଦନର ଶୁଣାଣି ହେବାର ଥିଲା।

    ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ କରି ଦେଇଛନ୍ତି। ଏହି ମାମଲାରେ ରାକ୍ଷୀ ଗିରଫଦାରୀରୁ ବଞ୍ଚିବା ପାଇଁ ଅଗ୍ରମୀ ଜାମିନ ଆବେଦନ କରିଥିଲେ। ରାକ୍ଷୀଙ୍କ ଅଗ୍ରୀମ ଜାମିନ ଆବେଦନକୁ ସୁପ୍ରିମକୋର୍ଟଙ୍କ ପୂର୍ବରୁ ବମ୍ବେ ହାଇକୋର୍ଟ ଖାରଜ କରି କହିଥିଲେ, ‘ଅଭିନେତ୍ରୀଙ୍କ ଦ୍ବାରା ପୋଷ୍ଟ ହୋଇଥିବ‌ା ଭିଡିଓ କେବଳ ଅଶ୍ଳୀଳ ଅଛି ତାହା ନୁହେଁ ଅଶ୍ଳୀଳ ଠାରୁ ଆହୁରି ନିମ୍ନମାନର ରହିଛି। ତଥ୍ୟା, ଅଭିଯୋଗ ଓ ଘଟଣା ସହିତ ଜଡ଼ିତ ଥିବା ପରିସ୍ଥିତିକୁ ବିଚ‌ାର କରିବା ପରେ ଅଭିନେତ୍ରୀଙ୍କ ଅଗ୍ରୀମ ଜାମନ ଆବେଦନ ଖାରଜ କରାଯାଇଛି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ