Sunday, September 20, 2026
24.1 C
Odisha

    ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ: ଲଡୁ ବିବାଦରେ କହିଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡୁ ବିବାଦ ନେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁମାନେ ସାମ୍ବିଧାନିକ ପଦବୀରେ ଅଛନ୍ତି ସେମାନେ ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖିବେ ବୋଲି ଆଶା କରାଯାଉଛି। ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।

    ଆନ୍ଧ୍ର‌ପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ ରୋହତାଗୀଙ୍କୁ ଉତ୍ତରରେ ଜଷ୍ଟିସ୍‌ ବିଆର୍‌ ଗଭାଇ କହିଛନ୍ତି, ‘‘ଯେତେବେଳେ ଆପଣ ଏକ ସାମ୍ବିଧାନିକ ପଦରେ ଅଛନ୍ତି, ଆପଣଙ୍କଠାରୁ ଏହା ଆଶା କରାଯାଏ ଯେ ଈଶ୍ବରଙ୍କଠାରୁ ରାଜନୀତିକୁ ଦୂରେଇ ରଖନ୍ତୁ।’’

    ୱାଇଏସ୍‌ଆର୍‌ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ବାକ୍‌ଯୁଦ୍ଧ ବଳବତ୍ତର ରହିଛି। ପୂର୍ବରୁ ଏହି ପ୍ରସଂଗରେ ଉଭୟ ଭିନ୍ନ ଭିନ୍ନ ମତ ରଖିଥବା ବେଳେ ଏବେ ‘ଆସ୍ଥା ପ୍ରମାଣପତ୍ର’କୁ ନେଇ ଯୁକ୍ତିତର୍କ ଚାଲିଛି।

    ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜଗନ୍ ମୋହନ ରେଡ୍ଡୀ ମିଥ୍ୟା କହିଥିବା ଅଭିଯୋଗ ଆଣିଛନ୍ତି। ଜଗନ ମୋହନ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାର ତିରୁମାଲା ତିରୁପତି ମନ୍ଦିରକୁ ଯିବାକୁ ଅନୁମତି ଦେଉନାହାନ୍ତି। ତେବେ ଏହା ଏକ ମିଥା ପ୍ରଚାର ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ