Friday, August 15, 2025
27.5 C
Odisha

    ବିଧାନସଭାକୁ ଆଉ ଆସିବିନି : ସୁର ରାଉତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ବିଧାନସଭା ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ଆହୁରି ମଧ୍ୟ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି, କରିବି।
    ୧୯୭୭ ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର । କିନ୍ତୁ ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି । ଏହି ଆସନରେ ନିଜ ସାନ ପୁଅକୁ ପ୍ରାର୍ଥୀ କରିବାକୁ ସେ ଘୋଷଣା କରିଛନ୍ତି। କିନ୍ତୁ ସାନପୁଅ ମନ୍ମଥ ରାଉତରାୟ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିଭଳି ବଡପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ସୁର । ସେହିପରି ବିଜେଡି ବିଧାୟକମାନେ ମଧ୍ୟ ଶେଷ ଅଧିବେଶନରେ ନିଜର ମତ ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    85 %
    1.7kmh
    99 %
    Fri
    27 °
    Sat
    30 °
    Sun
    30 °
    Mon
    28 °
    Tue
    28 °

    ସମ୍ବନ୍ଧିତ