Tuesday, October 6, 2026
23.4 C
Odisha

    ତିନି ଦିନିଆ କତା ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

    ଆଗକୁ ପଢନ୍ତୁ

    ସୋର -ସୋର ବ୍ଲକ ପାଳପୁର ଠାରେ ଭୂମିପୁତ୍ର ସେବା ପ୍ରତିଷ୍ଠାନ ତରଫରୁ ଭାରତ ସରକାରଙ୍କ MSME ମନ୍ତ୍ରାଳୟ ଅଧୀନ କତା ଶିଳ୍ପ ନିଗମ ସହାୟତାରେ ତିନି ଦିନିଆ କତା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ସୋର ଓ ସିମୁଳିଆ ବ୍ଲକର ୫୦ ଜଣ ମହିଳା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର, ବାଲେଶ୍ଵର ଜିଲ୍ଲାର ଜିଲ୍ଲା ଯୁବ ଅଧିକାରୀ ରମେଶ ଆର କପୁର ଯୋଗଦାନ କରିଥିଲେ। ଭାରତ ସରକାରଙ୍କ ଦ୍ୱାରା କତା ଶିଳ୍ପ ପାଇଁ ରହିଥିବା ବିଭିନ୍ନ ପ୍ରକାର ଯୋଜନା ବାବଦରେ ସେ ବର୍ଣ୍ଣନା କରିବା ସହ ଯୁବ ସଶକ୍ତିକରଣ ଉପରେ ଆଲଚନା କରିଥିଲେ।ସମ୍ମାନିତ ଅତିଥି ଭାବରେ କେଦାରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁପ୍ରିୟା ଜେନା ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ସୋର ବ୍ଲକ ର ମିଶନ ଶକ୍ତି ଫେଡରେଶନ ର ସଭାନେତ୍ରୀ ଦୁର୍ଗାବତୀ ଦାଶ ମିଶନ ଶକ୍ତି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସହିତ କତା ଶିଳ୍ପ ପାଇଁ ରହିଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରିଲିଆନ୍ସ ଫାଉଣ୍ଡେସନର ବାଲେଶ୍ୱର – ଭଦ୍ରକ ଜିଲ୍ଲା ସଂଯୋଜକ ଦିଲ୍ଲୀପ ପ୍ରଧାନ କତା ଶିଳ୍ପ ର ଆବଶ୍ୟକତା ଏବଂ ମହିଳା ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ। ସୋର ବ୍ଲକ ର ମିଶନ ଶକ୍ତି ଫେଡରେଶନ ର ସମ୍ପାଦିକା ରଞ୍ଜୁଲତା ସାହୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ବିକାଶ ପାଇଁ ରହିଥିବା ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କ ବିଷୟରେ ଅବଗତ କରାଇଥିଲେ। ସୋର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ଏଠାରେ ପଶିକ୍ଷଣ ନେଇ ନିଜେ ନିଜେ ସ୍ଵବଲମ୍ବନ୍ ହେବାକୁ ଆହ୍ବାନ ଦେଇଥିଲେ। ସମାଜ ସେବୀ ଚିନ୍ତାମଣି ପାଣଗ୍ରାହୀ ଗ୍ରାମ୍ୟ କୁଟୀର ଶିଳ୍ପ ସମ୍ପର୍କ ରେ ଅବଗତ କରାଇଥିଲେ।
    କତା ଶିଳ୍ପ ନିଗମ ର ଗଣେଶ ପଣ୍ଡା କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ। କତା ଶିଳ୍ପ ନିଗମ ର ପ୍ରକାଶ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,ଭୂମିପୁତ୍ର ର ସମ୍ପାଦକ ଶିଶିର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଭୂମିପୁତ୍ର ପକ୍ଷରୁ ନୀଳକଣ୍ଠ ଦାଶ, ଅନିଲ କୁମାର ନାୟକ,ଜୟ ପ୍ରକାଶ ଦାଶ, ବସନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ