Tuesday, September 17, 2024
24.1 C
Odisha

    ଶ୍ରେଣୀଗୃହରେ ଅଚେତ ହେଲେ ଶିକ୍ଷକ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ପିଲାଙ୍କୁ ପାଠ ପଢାଉଥିବା ଜଣେ ଶିକ୍ଷକ ଶ୍ରେଣୀଗୃହରେ ଅଚେତ ହୋଇ ପଡ଼ିଛନ୍ତି । ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନେ ତାଙ୍କୁ ଚନ୍ଦନେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସିତ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଭୋଗରାଇର ଦକ୍ଷିଣ ତେଘରି ଲକ୍ଷ୍ମୀକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ୟାମାନନ୍ଦିପୁରରେ । ଅସୁସ୍ଥ ଶିକ୍ଷକ ହେଲେ ଆଲୋକ କୁମାର ମହାରଣା । ମିଳିଥିବା ସୂଚନା ଅନୁଯାୟୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏଭଳି ପରିସ୍ଥିତିରେ ସରକାର ବିଦ୍ୟାଳୟ ସବୁ ଖୋଲା ରଖିବା ସହ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପାଠପଢା ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଦକ୍ଷିଣ ତେଘରିର ଶିକ୍ଷକ ଆଲୋକ କୁମାର ମହାରଣା ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ନବମ ଶ୍ରେଣୀରେ ପାଠ ପଢାଉ ଥିବା ବେଳେ ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇ ଥିଲେ । ଏହାଦେଖି ପିଲାମାନେ ଭୟଭୀତ ହୋଇ ଚିତ୍କାର କରି ଅନ୍ୟ ଶିକ୍ଷକମାନଙ୍କୁ ଡାକିଥିଲେ । ପ୍ରଧାନ ଶିକ୍ଷକ ଗୌରଗୋପାଲ ପ୍ରଧାନ, ସହକାରୀ ଶିକ୍ଷକ ଜୟକୃଷ୍ଣ ଆଇଚ ପ୍ରମୁଖ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଚନ୍ଦନେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଏଭଳି ଅସହ୍ୟ ଗରମ ଓ ଗୁଳଗୁଳି ପାଇଁ ବିଦ୍ୟାଳୟ ସକାଳୁଆ ନ ହେଲେ ଛୁଟି ପକାଇବାକୁ ଅଭିଭାବକମାନେ ସ୍ୱର ଉଠାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ