Tuesday, October 22, 2024
29.1 C
Odisha

    ଖୋଲା ଆକାଶ ତଳେ ବିତୁଛି ଅଜିତଙ୍କ ପରିବାର

    ଆଗକୁ ପଢନ୍ତୁ

    କେନ୍ଦୁଝର: ସ୍ଥାନୀୟ ଦେଓଗାଁ ପଞ୍ଚାୟତ ଢିଙ୍କିଆ ଗ୍ରାମର ଅଜିତ କୁମାର ଦାସ ଗରିବ ଶ୍ରେଣୀର ହୋଇଥିବା ବେଳେ ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘଦିନ ଧରି ତାଙ୍କ ପରିବାର ପଲଥିନ୍ ତଳେ ଅତି ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି । ଏପରି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ଘସିପୁରା ବ୍ଲକର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ । ଆଗକୁ ବର୍ଷା ଋତୁ ଆସୁଥିବାରୁ ପରିବାର ଲୋକେ କିପରି ଦିନ କାଟିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଗତ ପ୍ରାୟ ୧୨ ବର୍ଷ ତଳେ ଅଜିତଙ୍କ ମା’ ଙ୍କ ନାମରେ ଏକ ସରକାରୀ ଆବାସ ଯୋଜନା ମଞ୍ଜୁର ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହେବାରୁ ଅର୍ଥାଭାବ ଯୋଗୁ ଗୃହ ନିର୍ମାଣ ଏଯାଏ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ଅଜିତଙ୍କ ବିଧବା ମା, ପତ୍ନୀ ପ୍ରତିମା, ଦୁଇ ପୁଅ ଓ ଝିଅ ପଲିଥିନ ତଳେ ଦିନ କାଟୁଛନ୍ତି । ଅଜିତଙ୍କ ପରିବାର ରହୁଥିବା ଚାଳଛପର ଘର ଗତ ୧୧ ତାରିଖ ଅପରାହ୍ନରେ ହୋଇଥିବା କାଳବୈଶାଖୀରେ ଭାଙ୍ଗି ଯାଇଥିବାରୁ ପରିବାର ଲୋକେ ବେସାହାରା ହୋଇପଡିଛନ୍ତି । ସେହି ଭଙ୍ଗା ଘରେ ପଲଥିନ୍ ଟାଙ୍ଗି ପରିବାର ଲୋକେ ବସବାସ କରୁଥିବା ବେଳେ ବିଷଧର ସରୀସୃପ ଭୟ ପରିବାର ଲୋକଙ୍କୁ ଘାରିଛି । ଏଭଳି ଦୟନୀୟ ଅବସ୍ଥାରେ ଥିବା ଏହି ପରିବାର ବର୍ଗଙ୍କ ଜୀବନ ବିପନ୍ନ ହୋଇପଡିଛି । ମୂଲ ମଜୁରି କରି ପରିବାର ଚଳାଉଥିବା ଅଜିତଙ୍କ ପାଇଁ ଘର ତିଆରି ସ୍ୱପ୍ନ ହୋଇଯାଇଛି । ୨୦୨୨-୨୩ ସାମାଜିକ ଅର୍ଥନୈତିକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାରେ ତାଙ୍କ ନାମ ଥିଲା । ପଞ୍ଚାୟତରେ ଜାରି ହୋଇଥିବା ତାଲିକାରେ ୪ ନମ୍ବରରେ ତାଙ୍କ ନାମ ଥିଲା । ପରେ ଚଞ୍ଚକତା କରାଯାଇ ତାଲିକାରୁ ତାଙ୍କ ନାମ କାଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । । ତୁରନ୍ତ ତାଙ୍କୁ ସରକାରୀ ଆବାସ ପ୍ରଦାନ କରିବାକୁ ଅଜିତ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ