Friday, October 16, 2026
21.9 C
Odisha

    ଘୁ.ଉଦୟଗିରିରେ ୧୦ଡିଗ୍ରି ତଳକୁ ଖସିଲା ପାରଦ, ତାପମାତ୍ରା ୯ଡିଗ୍ରି ରେକର୍ଡ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ଘୁ.ଉଦୟଗିରି ଅଞ୍ଚଳରେ। ପାରଦ ୧୦ଡିଗ୍ରି ତଳକୁ ଖସି ଆସିଛି। ଆଜି ଘୁମୁସର ଉଦୟଗିରି ସହରର ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇ ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି। ଏହାସହ ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଆହୁରି ଅଧିକ ରହିଛି। ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ସହର ଜନଶୁନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଚି।ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି ସକାଳ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ କୁହୁଡିମୟ ଆକାଶ ରହିଥିବା ଦୃଶ୍ୟ ଦେଖୁବାକୁ ମିଳିଛି।

    ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଟାତ ୧୦ଡିଗ୍ରି ତଳକୁ ତାପମାତ୍ରା ଖସିବା ଯୋଗୁଁ ହଠାତ୍‌ ପ୍ରବଳ ଥଣ୍ଡା ପଡ଼ିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଇପଡିଛନ୍ତି। ହାତଯୋଡ଼ି ବସିଥିବା ଗରମ ପୋଷାକ ବ୍ୟବସାୟୀ ଥଣ୍ଡା ପଡ଼ିବା ପରେ ନିଜ ବ୍ୟବସାୟକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସହ ଜାଡ ବଢ଼ିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    98 %
    1kmh
    72 %
    Fri
    28 °
    Sat
    28 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ