Saturday, February 14, 2026
27.6 C
Odisha

    ପାକିସ୍ତାନରେ ଭୋଟ୍ ଗ୍ରହଣ ସମୟରେ ଆତଙ୍କବାଦୀ ଆକ୍ରମଣ । ୫ ପୋଲିସ କର୍ମୀ ସହିଦ, ୨ ଗୁରୁତର

    ଆଗକୁ ପଢନ୍ତୁ

    ପାକିସ୍ତାନରେ ନୂଆ ସରକାର ପାଇଁ ସାଧାରଣ ମତଦାନ ଚାଲିଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ପୁରା ଇଲାକାରେ ତ୍ତହଇଚଇ ସୃଷ୍ଟି ହୋଇଥିଲା । ସୂଚନା ମୁତାବକ, ଖୈବର ପଖତୁନଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଅଧଘଣ୍ଟାରୁ ଅଧିକ ସମୟ ଧରି ଗୁଳିମାଡ କରିଥିଲେ । ତେବେ ଭୋଟ ଗ୍ରହଣର ଠିକ୍ ଦିନକ ପୂର୍ବରୁ ଅଶାନ୍ତ ବେଲୁଚିସ୍ତାନପ୍ରାନ୍ତରେ ବିସ୍ଫୋରଣରେ ପାଖାପାଖି ୫୦ ଲୋକଙ୍କ ଜୀବନ ଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    24 %
    1.2kmh
    80 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ