Sunday, January 25, 2026
14.1 C
Odisha

    ପାକିସ୍ତାନରେ ଭୋଟ୍ ଗ୍ରହଣ ସମୟରେ ଆତଙ୍କବାଦୀ ଆକ୍ରମଣ । ୫ ପୋଲିସ କର୍ମୀ ସହିଦ, ୨ ଗୁରୁତର

    ଆଗକୁ ପଢନ୍ତୁ

    ପାକିସ୍ତାନରେ ନୂଆ ସରକାର ପାଇଁ ସାଧାରଣ ମତଦାନ ଚାଲିଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ପୁରା ଇଲାକାରେ ତ୍ତହଇଚଇ ସୃଷ୍ଟି ହୋଇଥିଲା । ସୂଚନା ମୁତାବକ, ଖୈବର ପଖତୁନଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଅଧଘଣ୍ଟାରୁ ଅଧିକ ସମୟ ଧରି ଗୁଳିମାଡ କରିଥିଲେ । ତେବେ ଭୋଟ ଗ୍ରହଣର ଠିକ୍ ଦିନକ ପୂର୍ବରୁ ଅଶାନ୍ତ ବେଲୁଚିସ୍ତାନପ୍ରାନ୍ତରେ ବିସ୍ଫୋରଣରେ ପାଖାପାଖି ୫୦ ଲୋକଙ୍କ ଜୀବନ ଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.1 ° C
    14.1 °
    14.1 °
    62 %
    1kmh
    6 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ