Wednesday, September 23, 2026
25.3 C
Odisha

    ଉପକାରି ଲବଙ୍ଗ

    ଆଗକୁ ପଢନ୍ତୁ

    ଲବଙ୍ଗକୁ ପ୍ରାୟ ସମସ୍ତଙ୍କ ଘରେ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଏମିତି ବି କିଛି ଔଷଧୀୟ ଗୁଣ ଅଛି, ଯାହା ବିଭିନ୍ନ ପ୍ରକାରର ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ।  ଦାନ୍ତ ବିନ୍ଧା ହେଉଥିଲେ ଗୋଟିଏ ଲବଙ୍ଗକୁ ନେଇ ଦାନ୍ତ ମୂଳରେ କିଛି ସମୟ ଚାପି ରଖିଲେ କିମ୍ବା ଲବଙ୍ଗ ତେଲକୁ ଦିନକୁ ୪/୫ ଥର ଦାନ୍ତ ମୂଳରେ ଲଗାଇଲେ ବିନ୍ଧାରୁ କିଛିଟା ଉପଶମ ମିଳିଥାଏ। କିଛି ଲବଙ୍ଗ ଗୁଣ୍ଡକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ କରି ପିଇଲେ ଗ୍ୟାସ ବା ଏସିଡିଟି ସମସ୍ୟାରୁ ମଧ୍ୟ ଶୀଘ୍ର ମୁକ୍ତି ମିଳିଥାଏ ବୋଲି ସୂଚନା ରହିଛି। ବାରମ୍ବାର ହେକୁଟି ହେଉଥିଲେ ଦୁଇଟି ଲବଙ୍ଗକୁ ପାଟିରେ ପକାଇ ତା’ର ରସକୁ ଚୁଶିଲେ ଏ ସମସ୍ୟାରୁ ବି କିଛିଟା ଉପଶମ ମିଳିଥାଏ। ଲବଙ୍ଗ ଖାଇଲେ ପାଟିର ଦୁର୍ଗନ୍ଧ ସମସ୍ୟା ବି ସମାଧାନ ହୋଇଥାଏ। ଏପରିକି ଦାନ୍ତ ତଥା ମାଢ଼ିଜନିତ କିଛି ରୋଗ ଥିଲେ ଲବଙ୍ଗ ଖାଇଲେ ବି ଉପକାର ମିଳେ। ସେହିପରି କୁହାଯାଏ, ଡାଇବେଟିସ୍‌ ରୋଗୀ ଲବଙ୍ଗ ସେବନ କଲେ ତାଙ୍କ ରକ୍ତରେ ଥିବା ସୁଗାର୍‌ର ପରିମାଣ ନିୟନ୍ତ୍ରଣରେ ରହିଥାଏ। ଆଣ୍ଠୁଗଣ୍ଠି ଜନିତ ରୋଗ ଥିଲେ ପ୍ରତିଦିନ ଗୋଟିଏ ଲେଖାଏଁ ଲବଙ୍ଗ ଖାଇଲେ ଏଥିରୁ ବି କିଛିଟା ଉପଶମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏପରିକି ମୁଠାଏ ଲବଙ୍ଗକୁ ଗୁଣ୍ଡକରି ବିନ୍ଧୁଥିବା ଗଣ୍ଠି ଉପରେ କପଡ଼ାରେ ଗୁଡ଼ାଇ କିଛି ସମୟ ରଖିଲେ ବିନ୍ଧା କେତେକାଂଶରେ କମିଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ