Friday, September 11, 2026
23.7 C
Odisha

    ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କଲା କୋର୍ଟ

    ଆଗକୁ ପଢନ୍ତୁ

    ୱାସିଂଟନ: ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଲରାଡୋ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବାରୁ ଏହାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି। ଅଦାଲ ଯଦି ଟ୍ରମ୍ପ୍‌ଙ୍କୁ ନିର୍ବାଚନ ଲଢ଼ିବାକୁ ନ ଦିଅନ୍ତି ତେବେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମାସ୍ୱାମୀ କଲରାଡୋ ବାଲଟ୍‌ରୁ ଓହରିଯିବେ ବୋଲି ଚରମବାଣୀ ଶୁଣାଇଛନ୍ତି। ଆମେରିକା ସଂସଦ ଆକ୍ରମଣରେ ଟ୍ରମ୍ପଙ୍କ ଭୂମିକା କାରଣରୁ ଅଦାଲତ ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିବାର କିଛି ଘଣ୍ଟା ପରେ ସେ ଏହି ଘୋଷଣା କରିଛନ୍ତି। ଯଦି ଅଦାଲତ ଟ୍ରମ୍ପଙ୍କୁ ନିର୍ବାଚନରେ ଭାଗ ନେବା ଲାଗି ସୁଯୋଗ ନ ଦିଅନ୍ତି ତେବେ ଅନ୍ୟ ରିପବ୍ଲିକାନ ପ୍ରାର୍ଥୀମାନେ ମଧ୍ୟ ତୁରନ୍ତ କଲରାଡୋ ନିର୍ବାଚନରୁ ଓହରିଯିବାକୁ ରାମସ୍ୱାମୀ ଆହ୍ବାନ ଦେଇଛନ୍ତି।

    ରାମସ୍ବାମୀ ଏକ୍ସ (ପୂର୍ବରୁ ଟ୍ୱିଟର)ରେ କହିଛନ୍ତି, “ଟ୍ରମ୍ପଙ୍କୁ ମଧ୍ୟ ବାଲଟରେ ରହିବାକୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ମୁଁ କୋଲରାଡୋ ଜିଓପି ପ୍ରାଥମିକ ମତଦାନରୁ ଓହରିଯିବି ଏବଂ ମୁଁ ଦାବି କରୁଛି ଯେ ରନ୍ ଡିସାଣ୍ଟିସ୍, କ୍ରିସ୍ କ୍ରିଷ୍ଟି ଏବଂ ନିକି ହାଲି ମଧ୍ୟ ତୁରନ୍ତ ଏହାର ଅନୁସରଣ କରନ୍ତୁ। ଏହି ରାୟକୁ ‘ବେଆଇନ’ ଆଖ୍ୟା ଦେଇ ଭାରତୀୟ-ଆମେରିକୀୟ ନେତା କହିଛନ୍ତି ଯେ ଏହା ଆମେରିକା ପାଇଁ ବିପଜ୍ଜନକ ପରିଣାମ ଆଣିବ। କଲରାଡୋ ସୁପ୍ରିମ୍‌କୋର୍ଟଙ୍କ ୪-୩ ରାୟ ଟ୍ରମ୍ପଙ୍କୁ ଆମେରିକା ଇତିହାସରେ ପ୍ରଥମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆମେରିକା ସମ୍ବିଧାନର ଏକ ବିରଳ ବ୍ୟବହୃତ ବ୍ୟବସ୍ଥା ଅନୁଯାୟୀ ହ୍ୱାଇଟ୍ ହାଉସ୍ ପାଇଁ ଅଯୋଗ୍ୟ ବିବେଚନା କରିଛି। ଏହି ରାୟ କେବଳ କଲରାଡୋର ମାର୍ଚ୍ଚ ୫ ରିପବ୍ଲିକାନ୍ ପ୍ରାଥମିକ ନିର୍ବାଚନ ଉପରେ ଲାଗୁ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    98 %
    0.9kmh
    98 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ