Tuesday, September 29, 2026
23.8 C
Odisha

    ନିର୍ବାଚନ ନିୟମ ବଦଳାଇଲେ ସରକାର: ଇଲେକ୍ଟ୍ରୋନିକ୍ ରେକର୍ଡ ମାଗିବା ଉପରେ କଟକଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆଜି ନିର୍ବାଚନ ପରିଚାଳନା ନିୟମ, ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ ଆଣିଛନ୍ତି। ସର୍ବସାଧାରଣ ଯାଞ୍ଚ ପାଇଁ ଇଲେକ୍‌ଟ୍ରେନିକ୍‌ ରେକର୍ଡ (ସିସିଟିଭି ଫୁଟେଜ୍‌) ମଗାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଣିକି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଇଲେକ୍‌ଟ୍ରୋନିକ୍‌ ରେକର୍ଡ ସର୍ବସାଧାରଣରେ ଉପଲବ୍ଧ ହେବ ନାହିଁ। ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ୍ ଭଳି କେତେକ ଇଲେକ୍ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ସହ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ରୋକିବା ପାଇଁ ସରକାର ନିର୍ବାଚନ ନିୟମରେ ସଂଶୋଧନ ଆଣିଥିବା ବେଳେ କଂଗ୍ରେସ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛି। ଏହା ଦେଶର ନିର୍ବାଚନୀ ପ୍ରକ୍ରିୟାରେ ଏକ ବଡ଼ ଅବକ୍ଷୟ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ନହେବା ଉଦ୍‌ବେଗର ବିଷୟ ବୋଲି ସେ କହିଛନ୍ତି।
    ସୂଚନାଯୋଗ୍ୟ, ନିୟମ ୯୩ ଅନୁଯାୟୀ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଖୋଲା ରହିବ। ସଂଶୋଧନ ପ୍ରକ୍ରିୟାରେ ଏହି ଇଲେକ୍‌ଟ୍ରୋନିକ୍‌ ଦସ୍ତାବିଜଗୁଡ଼ିକୁ ନିୟମରେ ନିର୍ଦ୍ଦିଷ୍ଟ ଭାବେ ଯୋଡ଼ାଯାଇଛି। ତେବେ ଆଇନ ମନ୍ତ୍ରଣାଳୟ ଏବଂ ନିର୍ବାଚନ ଆୟୋଗର ଅଧିକାରୀମାନେ ପୃଥକ ଭାବେ କହିଛନ୍ତି ଯେ ଏହି ସଂଶୋଧନ ପଛରେ ଏକ ଅଦାଲତ ମାମଲା ରହିଛି। ନିର୍ବାଚନ କମିସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାର୍ଥୀଙ୍କ ପାଖରେ ସମସ୍ତ କାଗଜପତ୍ର ଉପଲବ୍ଧ ରହିବ ଏବଂ ଏ ସଂକ୍ରାନ୍ତରେ ନିୟମରେ କୌଣସି ସଂଶୋଧନ କରାଯାଇନାହିଁ। କେତେକ ଅସ୍ପଷ୍ଟତା ଦୂର କରିବା, ମତଦାନ ଗୋପନୀୟତା ଉଲ୍ଲଂଘନକୁ ରୋକିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ମତଦାନ କେନ୍ଦ୍ର ଭିତରେ ସିସିଟିଭି ଫୁଟେଜର ସମ୍ଭାବ୍ୟ ଅପବ୍ୟବହାର ଭଳି ଗମ୍ଭୀର ପ୍ରସଙ୍ଗକୁ ବିଚାର କରି ଏହି ନିୟମରେ ସଂଶୋଧନ କରାଯାଇଛି।

    ବିଶେଷ କରି ଜମ୍ମୁ-କଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯେଉଁଠାରେ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ, ସେଠାରେ ସିସିଟିଭି ଫୁଟେଜ୍ ସେୟାର କଲେ ଗମ୍ଭୀର ପ୍ରଭାବ ପଡ଼ିପାରେ ବୋଲି ଆୟୋଗ ମତ ଦେଇଛନ୍ତି। ଭୋଟରଙ୍କ ଜୀବନ ବି ବିପଦରେ ପଡ଼ିପାରେ। ଅନ୍ୟଥା ସମସ୍ତ ନିର୍ବାଚନୀ କାଗଜପତ୍ର ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଉପଲବ୍ଧ ବୋଲି କମିସନ କହିଛନ୍ତି। ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ନିୟମ ଦର୍ଶାଇ ଏଭଳି ଇଲେକ୍ଟ୍ରୋନିକ୍ ରେକର୍ଡ ମଗାଯାଇଛି ଏବଂ ଏହାକୁ ନେଇ ନାନା ଆଶଙ୍କା ସୃଷ୍ଟି ହେଉଛି। ଏହି ସଂଶୋଧନ ଦ୍ୱାରା କେବଳ ନିୟମରେ ଉଲ୍ଲେଖ ଥିବା ରେକର୍ଡ ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବ ଏବଂ କୌଣସି ଇଲେକ୍‌ଟ୍ରୋନିକ୍‌ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ନିମନ୍ତେ ଅନୁମତି ଦିଆଯିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ