Wednesday, October 23, 2024
21.7 C
Odisha

    ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ରୁ ୧୦ ମିନିଟ୍ ବିଶ୍ରାମ ନେବାକୁ ଚାଳକଙ୍କୁ ରାଜ୍ୟ ପରିବହନ ବିଭାଗର ପରାମର୍ଶ

    ଆଗକୁ ପଢନ୍ତୁ

    ଦୁର୍ଘଟଣା ରୋକିବ ବିଶ୍ରାମ । ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ରୁ ୧୦ ମିନିଟ୍ ବିଶ୍ରାମ ନେବାକୁ ଚାଳକଙ୍କୁ ପରାମର୍ଶ ଦେଇଛି ରାଜ୍ୟ ପରିବହନ ବିଭାଗ । ପ୍ରତିବର୍ଷ ରାଜ୍ୟରେ ଦୁର୍ଘଟଣା ନେଉଛି ପାଖାପାଖି ୨ ହଜାର ଜୀବନ । ଏହାକୁ ରୋକିବାକୁ ଯାଇ ଏଭଳି ଏକ ପରାମର୍ଶ ଜାରି କରାଯାଇଛି । ରୋଡ ହିପ୍ନୋସିସ୍ ବା ପଥ ସମ୍ମୋହନ ଏବେ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି । ଏହି କାରଣରୁ ପ୍ରତିବର୍ଷ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି । ୨୦୨୩ରେ ପଥ ସମ୍ମୋହନ କାରଣରୁ ପଛପଟୁ ଗାଡିକୁ ଧକ୍କା ଦେବା, ଗାଡିକୁ ଗୋଟିଏ ପାଖରୁ ପିଟିବା, ରାସ୍ତାକଡ଼ ଗଛ ଓ ଖୁଣ୍ଟରେ ପିଟି ହେବା ଭଳି ଜନିତ ଦୁର୍ଘଟଣାରେ ରାଜ୍ୟରେ ୧୮୪୫ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ଏ ଦିଗରେ ଉଭୟ ଚାଳକ, ଯାତ୍ରୀ ଓ ପରିବହନ କର୍ମଚାରୀଙ୍କୁ ସତର୍କ କରାଇଛି । ପ୍ରତି ଅଢେଇ ଘଣ୍ଟା ଗାଡି ଚଳାଇବା ପରେ ୫ରୁ ୧୦ ମିନିଟ୍ ବିଶ୍ରାମ ନେବା, ମୁହଁକୁ ଭଲ ଭାବେ ଧୋଇ ନେବା ଓ ଆବଶ୍ୟକ ପଡିଲେ ଚା ପିଇ କିଛି ସମୟ ଚଲାବୁଲା କରିବା ପରେ ପୁଣି ଗାଡ଼ି ଚଳାଇବାକୁ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି । ପଥ ସମ୍ମୋହନ ଏପରି ଏକ ଶାରୀରିକ ସ୍ଥିତି ଯାହା ସଂପର୍କରେ ଅଧିକାଂଶ ଚାଳକ ସଚେତନ ନ ଥା’ନ୍ତି । ରାଜପଥଗୁଡ଼ିକରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟିଥାଏ । ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ । ଏହି ଅବସ୍ଥାକୁ ପଥ ସମ୍ମୋହନ ବା ରୋଡ୍ ହିପ୍ନୋସିସ୍ କୁହାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ