Tuesday, October 6, 2026
23.4 C
Odisha

    ଧାନ କାଟିଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ଦୁଇ ଦିନିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ଆସିଥିବା କେନ୍ଦ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ଆଜି ଚାଷୀଙ୍କ ସହ ଜମିରେ ଧାନ କାଟିଛନ୍ତି। କଳାହାଣ୍ଡିରୁ ନବରଙ୍ଗପୁର ଆସିବା ରାସ୍ତାରେ ପାପଡ଼ାହାଣ୍ଡି ବ୍ଲକ ଦୁଲପୁର ଗାଁ ରାସ୍ତା କଡ଼ରେ କିଛି ଶ୍ରମିକ ଧାନ କାଟୁଥିଲେ। ଏହା ଦେଖିବା ପରେ ନିଜକୁ ସମ୍ଭାଳି ନ ପାରି ଗାଡ଼ିକୁ ଅଟକାଇଥିଲେ କେନ୍ଦ୍ର ମନ୍ତ୍ରୀ। ଶ୍ରମିକଙ୍କ ଠାରୁ ଦା’ ମାଗିବା ପରେ ନିଜେ ଚାଷ ଜମିରେ ପଶିଥିଲେ। ଧାନ କାଟିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଧାନ ଦର ଏବଂ ଅମଳ ସଂକ୍ରାନ୍ତରେ ପଚାରି ବୁଝିଥିଲେ।
    କିଶାନ ନିଧି ଯୋଜନା ବିଷୟରେ ବି ପଚାରିଥିଲେ। କେନ୍ଦ୍ର ମନ୍ତ୍ରୀ ନିଜେ ଚାଷୀ ପରିବାରରୁ ଆସିଛନ୍ତି। ତେଣୁ ଚାଷ ବିଷୟରେ ସବୁ ଜାଣିଛନ୍ତି। ଚାଷୀଙ୍କ ସମସ୍ୟା ବିଷୟରେ ବି ଅବଗତ ବୋଲି କହିଥିଲେ। ଚଳିତବର୍ଷ ଭଲ ଉତ୍ପାଦନ ହୋଇଥିବା ଜାଣିବାକୁ ପାଇ ଖୁସିବ୍ୟକ୍ତ କରିଥିଲେ। ମନ୍ତ୍ରୀ ଧାନ କାଟିବା ସମୟରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ