Tuesday, March 24, 2026
35.3 C
Odisha

    ଥାନା ଉପରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ, ଭଙ୍ଗାରୁଜା

    ଆଗକୁ ପଢନ୍ତୁ

    ରାୟଗଡ଼ା: ଜୈନିକ କମ୍ପାନି ବିରୋଧିକୁ ଗିରଫ ପ୍ରତିବାଦରେ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଉପରେ ସିଜିମାଳି ଖଣି ଅଂଚଳର ଗ୍ରାମବାସୀମାନେ ସଂଘବଦ୍ଧ ହୋଇ କାଶୀପୁର ଥାନାରେ ଧସେଇ ପସିବା ଭଙ୍ଗାରୁଜା କରିଛନ୍ତି। ଶତାଧିକ ଲୋକ ଥାନା ପରିସରରେ ଏହି ତୁମୁଳ କାଣ୍ଡ ଭିଆଇଛନ୍ତି। ଆକ୍ରମଣକାରୀମାନେ ଟାଙ୍ଗିଆ, ଠେଙ୍ଗା ଏବଂ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଥାନା ମଧ୍ୟରେ ପ୍ରବେଶ କରିଥିଲେ। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି।

    ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ ବ୍ୟକ୍ତିଙ୍କୁ ଆଜି କାଶୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିଜିମାଳି ଖଣି ଖନନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କାର୍ତ୍ତିକ। ତେବେ କାର୍ତ୍ତିକଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ବନ୍ତେଜ, ସରମ୍ବାଇ, କଣ୍ଟାମାଳ ଓ ବଣ୍ଡେଲ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଏହାପରେ ମିଳିତଭାବେ ଆସି କାଶୀପୁର ଥାନା ଘେରାଉ କରିଥିଲେ। ଧିରେ ଧିରେ ପରିସ୍ଥିତି ଉତେଜନାପୂର୍ଣ ହୋଇଥିଲା। ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ଥାନା ଉପରେ ଆକ୍ରମଣ କରିଥିଲେ। ଥାନାର କବାଟ ଓ ଝରକା ସମେତ ଚୌକି ଭାଙ୍ଗି ଥାନା ପରସରରେ ନିଆଁ ଲଗାଇଥିଲେ।

    ଏହାପରେ ପୁଲିସ ଲୋକଙ୍କୁ  ବୁଝାସୁଝା କରିଥିଲା। ପୁଲିସ ଥାନା ପରିସର ମଧ୍ୟରେ ଲୋକମାନେ ଧାରଣା ଦେଇ ବସିଛନ୍ତି। ଗିରଫ ହୋଇଥିବା କାର୍ତ୍ତିକଙ୍କୁ ତୁରନ୍ତ ଖଲାସ କରାନ‌ଗଲେ ସେମାନେ ଧାରଣା ଜାରି ରଖିବେ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଘଟଣା ପରେ ପରସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଫୋର୍ସ ପହଁଚିଥିବା ଜଣାପଡିଛି। ଥାନା ତଥାପି ପରିସ୍ଥିତି ଉତେଜନାପୂର୍ଣ ରହିଛି। ଘଟଣାଟିସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ସହିତ ଯୋଗାଯୋଗ ହୋଇ ପାରି ନ ଥିବାରୁ ସବିଶେଷ ତଥ୍ୟ ମିଳି ପାରି ନାହିଁ। ଘଟଣାସ୍ଥଳରେ ରାୟଗଡା ଏସ.ଡି.ପି.ଓ ରଶ୍ମିରଂଜନ ସେନାପତି ରହି ସ୍ଥିତିର ଅନୁଧ୍ୟାନ କରୁଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ