Friday, March 27, 2026
34.1 C
Odisha

    ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ

    ଆଗକୁ ପଢନ୍ତୁ

    ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ,ବାଜିବ ପାରମ୍ପରିକ ବାଦ୍ୟ। ଡିଜେକୁ ବ୍ୟାନ କଲା କମିଶନରେଟ୍ ପୋଲିସ। ଉଭୟ ମେଲୋଡି, ଭସାଣିରେ ବନ୍ଦ କରାଗଲା ଡିଜେ । ସେପ୍ଟେମ୍ୱର ୭ ତାରିଖରେ ଏଥର ଗଣେଶ ପୂଜା ପଡୁଛି । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ସମନ୍ବୟ ବୈଠକ ବସିଛି। ପୂଜାକୁ କିଭଳି ନିଶାମୁକ୍ତ କରାଯିବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଡିସିପି । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ସିସିଟିଭି ସାରା ସହରରେ ରହିବ । ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ରେ ପୂଜା ପରେ ୮, ୧୧ଓ ୧୨ ତାରିଖରେ ଭଷାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.1 ° C
    34.1 °
    34.1 °
    18 %
    1.7kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ