Wednesday, September 30, 2026
24.7 C
Odisha

    ଜାମିନ ପାଇବା ପାଇଁ ମିଛ ସାକ୍ଷୀ ସହ ଜାଲି ପ୍ରମାଣପତ୍ର ଦେବା ମହଙ୍ଗା ପଡ଼ିଲା; ୩ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କୋର୍ଟରୁ ଜାମିନ ପାଇବା ପାଇଁ ମିଛ ସାକ୍ଷୀ ସହ ଜାଲି ପ୍ରମାଣପତ୍ର ଦେବା ମହଙ୍ଗା ପଡ଼ିଛି। ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ସହ କୋର୍ଟଙ୍କ ନିର୍ଦେଶ କ୍ରମେ  ତିନିଜଣ ଅଭିଯୁକ୍ତ ଗିରଫ ହୋଇନ୍ତି। ସୂଚନା ଅନୁସାରେ ନନ୍ଦନକାନନ ଥାନାର ଏକ ୬ କୋଟି ଟଙ୍କାର ପ୍ରପର୍ଟି ଅଫେନ୍ସ ମାମଲାରେ ସମୀର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଗିରଫ ହୋଇଥିଲେ। ତାଙ୍କ ଜାମିନ ପାଇଁ ଭୁବନେଶ୍ବର ଜେଏମ୍‌ଏଫ୍‌ସ କୋର୍ଟ ୩ କୋଟି ଟଙ୍କାର ପ୍ରପର୍ଟି ସିଓରିଟି ବେଲ୍ ବଣ୍ଡ ଦେବାକୁ କହିଥିଲେ। ହେଲେ ପ୍ରକୃତ ୩ କୋଟି ଟଙ୍କାର ବେଲ୍ ବଣ୍ଡ ଦେବା ବଦଳରେ ଜାଲିଆତି କରି ପାଖାପାଖି ୫୭ ଲକ୍ଷ ଟଙ୍କାର ବେଲ ବଣ୍ଡକୁ କୋର୍ଟରେ ୩ କୋଟି ଟଙ୍କାର ଦର୍ଶାଇଥିଲେ ଦୁର୍ବୁତ୍ତ। କେବଳ ଏତିକି ନୁହେଁ। ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ସମ୍ପତ୍ତିକୁ ଆଉ ଜଣେ ଜୀବିତ ବ୍ୟକ୍ତିଙ୍କର ସମ୍ପତ୍ତି ଦେଖାଇ କୋର୍ଟରେ ହାଜର କରାଇଥିଲେ।

    ସନ୍ଦେହ ହେବାରୁ କୋର୍ଟ ବଡ଼ଗଡ଼ ଥାନା ପୁଲିସକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏହି ମାମଲାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସିପି ଶୁଭ୍ରାଂଶୁ ଶେଖର ନାୟକ ଗଣମାଧ୍ୟମକୁ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ