Saturday, July 27, 2024
24.6 C
Odisha

    ୨୫୫ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଏହି ବ୍ୟକ୍ତି

    ଆଗକୁ ପଢନ୍ତୁ

    ୨୫୫ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ପୋଲିସ ଏହି ବ୍ୟକ୍ତିଙ୍କ ଉପରେ ୧.୩୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏହା ବ୍ୟତୀତ ତାଙ୍କ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି ।

    ରିପୋର୍ଟ ଅନୁଯାୟୀ ଟ୍ରାଫିକ ପୋଲିସମାନେ ସ୍ମାର୍ଟ ହୋଇଯାଇଛନ୍ତି । ଏମାନେ କ୍ୟାମେରା ଦ୍ୱାରା ସମସ୍ତଙ୍କ ଉପରେ ନଜର ରଖୁଛନ୍ତି, କିନ୍ତୁ ବେଙ୍ଗାଲୁରୁରେ ରହୁଥିବା ଏଲୁମଲାଇଙ୍କୁ ଏ ବିଷୟରେ କିଛି ବି ଜଣା ନଥିଲା । ଶ୍ରମିକ ଭାବରେ କାମ କରୁଥିବା ଏଲୁମଲାଇ ଗତ ଦୁଇ-ତିନି ବର୍ଷ ମଧ୍ୟରେ ଟ୍ରାଫିକ୍ ନିୟମକୁ ଅନେକ ଥର ଉଲ୍ଲଂଘନ କରିଛନ୍ତି । ସେ ଭାବୁଥିଲେ ଯେ ସେ ପ୍ରତ୍ୟେକ ଥର ଟ୍ରାଫିକ ପୋଲିସ ଠାରୁ ଖସି ଯାଇଛନ୍ତି । କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ଘର ନିକଟରେ ହିଁ ଟ୍ରାଫିକ ପୋଲିସ କ୍ୟାମେରା ଲଗାଯାଇଛି ଏବଂ ପ୍ରତ୍ୟେକ ଥର ସେ ଟ୍ରାଫିକ ନିୟମ ଭାଙ୍ଗୁଥିବା ସମୟରେ କ୍ୟାମେରାରେ କଏଦ ହୋଇଛନ୍ତି ।

    ଏଲୁମଲାଇ ଥରେ କିମ୍ବା ଦୁଇଥର ନୁହେଁ ବରଂ ୨୫୫ ଥର ଏପରି ନିୟମ ଭାଙ୍ଗିଛନ୍ତି । ପୋଲିସ ଯେତେବେଳେ ଏଭଳି ଗାଡିଗୁଡିକର ଏକ ତାଲିକା ପ୍ରସ୍ତୁତ କରୁଥିଲେ ସେତେବେଳେ ସେମାନେ ଏଲୁମଲାଇ ବିଷୟରେ ସୂଚନା ପାଇଥିଲେ । ଏହା ପରେ ଏଳୁମଲାଇ ୧୦,୦୦୦ ଟଙ୍କା ଜରିମାନା ଦେଇ ୨୦ ଟି ମାମଲା ସମାଧାନ କରିଥିଲେ । କିନ୍ତୁ ଜରିମାନେ ଦେବା ପରେ ଟ୍ରାଫିକ ନିୟମ ଭାଙ୍ଗିବା ଜାରି ରଖିଥିଲେ ଏଲୁମଲାଇ । ଫଳରେ ପୋଲିସ ତାଙ୍କ ସ୍କୁଟରକୁ ଜବତ କରିଥିଲା । ଏବଂ ତାଙ୍କ ଘରେ ୧.୩୪ ଲକ୍ଷ ଟଙ୍କାର ଏକ ଜରିମାନା ନୋଟିସ ଆସିଛି । ୫୦ ଥରରୁ ଅଧିକ ଥର ସେ ହେଲମେଟ ବିନା ସ୍କୁଟିରେ ଯାତ୍ରା କରୁଥିବା କ୍ୟାମେରାରେ କଏଦ ହୋଇଥିଲା । ଏହା ବ୍ୟତୀତ ସିଗନାଲ ଭାଙ୍ଗିବା ସହ ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ଚଳାଇଥିବାରୁ ତାଙ୍କ ଉପରେ ଜରିମାନା ଲଗାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ