Saturday, December 28, 2024
28.7 C
Odisha

    ଚଳନ୍ତା ଟ୍ରେନ୍‌ରୁ ଡେଇଁପଡ଼ିଲେ ମାଆ ଓ ପୁଅ (ଫଟୋ-୧୦୫) ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ସଦରଥାନା ଅନ୍ତର୍ଗତ ଦାଣ୍ଡିମାଳ ପାସେଞ୍ଜର ହଲ୍ଟରେ ଟ୍ରେନରୁ ଓହ୍ଲାଇବା ପାଇଁ ଏକପ୍ରେସ ଟ୍ରେନରୁ ଡେଇଁ ପଡ଼ିବା ଉଦ୍ୟମ କରି ମା’ ଓ ପୁଅ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବାର ଜଣାପଡିଛି । ବାରଦା ଗ୍ରାମର ଚନ୍ଦ୍ରକାନ୍ତ ଦେହୁରୀଙ୍କ ପତ୍ନୀ ଭଗବତୀ ଦେହୁରୀ ଏବଂ ତାଙ୍କ ୧୨ବର୍ଷର ପୁଅ ରୁଦ୍ରନାରାୟଣ ଦେହୁରୀ ମୋଟଙ୍ଗା ଥାନା ଶିବପୁର ଗ୍ରାମରେ ଜନୈକ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ପାଇଁ ଉଭୟ ମା’ ଓ ପୁଅ ମେରାମଣ୍ଡଳୀ ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ପୁରୀ-ଦୁର୍ଗ ଟ୍ରେନ ନଂ୧୮୪୨୬ ଟ୍ରେନଟି ଆସିବା ଫଳରେ ଉଭୟେ ମା’ପୁଅ ସେହି ଟ୍ରେନରେ ଭୁଲ ବଶତଃ ଚଢିଯାଇଥିଲେ । ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିବା ବେଳେ ଦାଣ୍ଡିମାଳ ଷ୍ଟେସନରେ ନ ଅଟକିବାରୁ ସେମାନେ ବିଚଳିତ ହୋଇ ପ୍ରଥମେ ରୁଦ୍ର ତଳକୁ ଡେଇଁ ପଡିଥିଲେ । ପୁଅ ଡେଇଁ ପଡିବାରୁ ମାଆ ଭଗବତୀ କୌଣସି ଉପାୟ ନପାଇ ସେ ମଧ୍ୟ ଦ୍ରୁତଗାମୀ ଟ୍ରେନରୁ ଡେଇଁପଡିଥିଲେ । ଏହି ଦୁର୍ଘଟଣାରେ ଉଭୟେ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଯିବାକୁ ଥିବା ଯାତ୍ରୀମାନେ ଆମ୍ବୁଲାନସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    35 %
    1.3kmh
    0 %
    Sat
    28 °
    Sun
    29 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ