Tuesday, March 25, 2025
24.6 C
Odisha

    ୫ କୋଟିର ଗଞ୍ଜେଇ ଗଛ ନଷ୍ଟ

    ଆଗକୁ ପଢନ୍ତୁ

    ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଲଖକ୍ଷରୀ ଗାଁ ନିକଟରେ ଚଢ଼ଉ କରି ୨୪ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିଛି ପୁଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି କହିଛନ୍ତି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଖକ୍ଷରୀ ଗାଁ ନିକଟରେ ବିପୁଳ ଗଞ୍ଜେଇ ଚାଷ ହୋଇଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଶୁକ୍ରବାର ପୁଲିସ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ବନ ବିଭାଗ କର୍ମଚାରୀ ମିଳିତ ଭାବେ ଚଢ଼ଉ କରିଥିଲେ । ଏହି ଅଭିଯାନ ଗତ ଦେଢ଼ ମାସ ଧରି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୁଲିସ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    39 %
    2.5kmh
    0 %
    Tue
    25 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ