Thursday, April 2, 2026
25.4 C
Odisha

    -୨୦ କ୍ରିକେଟରୁ ଅବସର ଘୋଷଣା କଲେ ନ୍ୟୁଜିଲାଣ୍ଡର ବୋଲର ଟ୍ରେଣ୍ଟ ବୋଲ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: -୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ଦଳ ନିହାତି ସାଧାରଣ ପ୍ରଦର୍ଶନ କରି ଏହି ମେଗା ଇଭେଣ୍ଟରୁ ବାଦ୍‌ ପଡିଛି। ଗ୍ରୁପ୍‌ ସି’ରେ ଦୁଇଟି ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଉଭୟରେ ପରାସ୍ତ ହୋଇ ପଏଣ୍ଟ ତାଲିକାରେ ଖାତା ଖୋଲି ନପାରି ୫ମ ତଥା ସର୍ବନିମ୍ନ ସ୍ଥାନରେ ରହି ବିଦାୟ ନେଇଛି। ତେବେ ଟି-୨୦ ବିଶ୍ୱକପ୍‌ରେ ଦଳର ଏପରି ପଦର୍ଶନ ମଧ୍ୟରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।। ୨୦୧୧ରେ ଡେବ୍ୟୁ କରିବା ପରେ ବୋଲ୍ଟ ନ୍ୟୁଜିଲ୍ୟାଣ୍ଡ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଛନ୍ତି। ତାଙ୍କର ଟି -20 ବିଶ୍ୱକପ, ODI ବିଶ୍ୱକପ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବାର ଅଭିଜ୍ଞତା ରହିଛି। ସେ ୨୦୧୪ ଠାରୁ ଚାରିଟି ଟି -20 ବିଶ୍ୱକପରେ ଭାଗ ନେଇଛନ୍ତି, କିନ୍ତୁ ଥରେ ମଧ୍ୟ ବିଶ୍ୱକପ ଜିତିବାରେ ସଫଳ ହୋଇ ନାହାଁନ୍ତି। ଚଳିତ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲାରେ ୮୪ ରନରେ ଆଫଗାନିସ୍ତାନଠାରୁ ପରାସ୍ତ ହେବା ପରେ ତା’ର ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜଠାରୁ ୧୩ ରନରେ ପରାସ୍ତ ହୋଇ ବିପଦରେ ପଡିଥିଲା। ଲଗାତାର ଦୁଇଟି ପରାଜୟ ପରେ ଉଗାଣ୍ଡା ସହ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲେ ମଧ୍ୟ ସୁପର-୮ରେ ପହଞ୍ଚିବା ପାଇଁ ଏହା ଯଥେଷ୍ଟ ନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ