Wednesday, October 7, 2026
27.2 C
Odisha

    ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ: ୨ ନକ୍ସଲ ନିହତ, ମାଓ ସାମଗ୍ରୀ ଜବତ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତରେ ନକ୍ସଲ ଓ ପୁଲିସ ମଧ୍ୟରେ ପୁଣି ଗୁଳିବିନିମୟ ଘଟିଛି। ବିଜାପୁର ଜିଲ୍ଲାର ମେଧାଡ ଅଂଚଳରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟରେ ୨ ଜଣ ନକ୍ସଲ ପୋଷାକଧାରୀ ନକ୍ସଲଙ୍କର ମୃତ୍ୟୁ ହୋଇଛି। ବିଜାପୁର ଏସପି ଯିତେନ୍ଦ୍ର ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଦୁଇ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି।ଏମାନଙ୍କ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବା ପରେ ମାଓବାଦୀଙ୍କ ବିପୁଳ ପରିମାଣରେ ବିସ୍ଫୋରକ, ଦୈନନ୍ଦିନ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବିଜାପୁରର ମେଧାଡ ଅଂଚଳରେ ଯବାନଙ୍କର ଘନ ଘନ ଚଢାଉରେ ନକ୍ସଲ ଏକ ପ୍ରକାର ବେକଫୁଟରେ ଚାଲିଯାଇଥିଲେ। ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲ ମୁକ୍ତ ଥିଲା।କିନ୍ତୁ ନକ୍ସଲ ପୁଣି ମେଧାଡ ଅଂଚଳକୁ ନିଜ ଅକ୍ତିଆରରେ ଆଣିବା ପାଇଁ ପହଞ୍ଚିଥିଲେ। ଏହି ଖବର ପୁଲିସକୁ ମିଳିବା ପରେ ପୁଲିସ ଚଢାଉ କରି ସେମାନଙ୍କୁ ସେଠାରେ ତଡିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ