Tuesday, January 7, 2025
26.4 C
Odisha

    ସୋଆ ‘ପ୍ରାଚୀନ’ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ଉତ୍ସର୍ଗୀକୃତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨ ଡିସେମ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି । ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ । ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ରଚୟିତା । ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଯେ ଅନ୍ୟ ଜଣେ ବ୍ୟକ୍ତି ତାହା ଦୁଇଜଣ ଗବେଷକ ପ୍ରମାଣିତ କରିଛନ୍ତି । ପୁସ୍ତକଟି ଗୀତର ଭାବ ଅନୁଯାୟୀ ଚିତ୍ରିତ କରାଯାଇଛି ତେଣୁ ଆଖିରେ ଲାଖିଯିବା ଭଳି ଏହି ପୁସ୍ତକଟିକୁ ଚିତ୍ରପୋଥି କୁହାଯାଏ । ଦଶପୋଈକୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଓ ଗୌରାଙ୍ଗ ଚରଣ ଦାଶ ସମ୍ପାଦନା କରିଛନ୍ତି ।
    ଦ୍ୱିତୀୟ ପୁସ୍ତକ ‘ପ୍ରାଚୀନ ଓଡିଆ ଅଭିଲେଖ’କୁ ସମ୍ପାଦନା କରିଛନ୍ତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ । ଓଡିଶାର ଜଣେ ବିଶିଷ୍ଟ ଲିପିତତ୍ୱବିଦ୍ ଭାବେ ପରିଚିତ ପ୍ରଫେସର ଆଚାର୍ଯ୍ୟ ପୁସ୍ତକରେ ଉରଜାମ ଶିଳାଲେଖ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖୋଦିତ ଓଡିଆ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ମୂଳପାଠ ଓ ଅନୁବାଦ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି । ପୁସ୍ତକର ଆରମ୍ଭ ରେ ଏକ ଦୀର୍ଘ ମୁଖବନ୍ଧ ରହିଥିବା ବେଳେ ଶେଷରେ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ଫଟୋ ମଧ୍ୟ ରହିଛି । ଏହି ମୁଖ ବନ୍ଧ ପ୍ରାଚୀନ ଓଡିଆ ଭାଷା ଓ ଇତିହାସର ପୁନର୍ମୂଲ୍ୟାୟନ କ୍ଷେତ୍ରରେ ଏକ ପ୍ରାମାଣିକ ଗ୍ରନ୍ଥ । ସୋଆର ଏହି ଦୁଇ ସଂଭ୍ରାନ୍ତ ପ୍ରକାଶନ ଓଡିଆ ସାହିତ୍ୟ ଓ ଭାଷାର ଇତିହାସ ରଚନାରେ ଦୁଇଟି ପ୍ରାମାଣିକ ଗ୍ରନ୍ଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    26 %
    3kmh
    0 %
    Tue
    27 °
    Wed
    27 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ