Saturday, September 26, 2026
29.8 C
Odisha

    ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି

    ଆଗକୁ ପଢନ୍ତୁ

    ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ କ୍ୟାବିନେଟରେ ଆଜି ବଡ଼ ଅଦଳବଦଳ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।   ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୪ ଜଣ ବିଧାୟକ ଡିଏମ୍‌କେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦୁର୍ନୀତି ଅଭିଯୁକ୍ତ ଡିଏମ୍‌କେ ନେତା ସେନ୍ଥିଲ ବାଲାଜୀଙ୍କୁ ନିକଟରେ ସୁପ୍ରିମ୍‌କୋର୍ଟ ଜାମିନ ମଞ୍ଜୁର କରିଥିବାରୁ ତାଙ୍କୁ ଆଜି ମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରାଯାଇଛି।

    ସେନ୍ଥିଲ ବାଲାଜୀ ପୁଣି କ୍ୟାବିନେଟ୍‌ରେ
     ବିଜେପି, ଡିଏମ୍‌କେର ତୀବ୍ର ସମାଲୋଚନା

    ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ତିନି ଜଣ ବିଧାୟକ ହେଲେ ଗୋଭି ଚେଜିଆନ୍, ଏସ୍ ଏମ୍ ନାସର୍‌ ଓ ଆର୍ ରାଜେନ୍ଦ୍ରନ୍।   ବାଲାଜୀଙ୍କୁ ବିଦ୍ୟୁତ ଓ ଅବକାରୀ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିବା ବେଳେ  ଚେଜିଆନ୍‌ଙ୍କୁ ଉଚ୍ଚଶିକ୍ଷା ବିଭାଗ, ନାସରଙ୍କୁ  ସଂଖ୍ୟାଲଘୁ ବିଭାଗ ଏବଂ  ରାଜେନ୍ଦ୍ରନଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ଶପଥ ଗ୍ରହଣ ପୂର୍ବରୁ ଉଦୟନିଧି ଷ୍ଟାଲିନ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ‘ଉପମୁଖ୍ୟମନ୍ତ୍ରୀ’ ତାଙ୍କ ପାଇଁ ଏକ ପଦ ନୁହେଁ ବରଂ ଏକ ଦାୟିତ୍ୱ । ତେବେ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ବିଜେପି ତୀବ୍ର ସମାଲୋଚନା କରିଛି। କୌଣସି ଯୋଗ୍ୟତା ନଥିବା ଜଣେ ଅପରିପକ୍ବ ବ୍ୟକ୍ତି କେବଳ ମୁଖ୍ୟମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ଉପମୁଖ୍ୟମନ୍ତ୍ରୀ ପଦ ହାସଲ କରିଛନ୍ତି ବୋଲି ବିଜେପି କହିଛି। ବଂଶବାଦ ରାଜନୀତିର ଏହା ଏକ ନଗ୍ନ  ଉଦାହରଣ ବୋଲି ବିଜେପି ଦର୍ଶାଇଛି। ଏଆଇଏଡିଏମକେ ମୁଖପାତ୍ର କୋଭାଇ ସତ୍ୟନ୍ କହିଛନ୍ତି ଜୁନିୟର ଷ୍ଟାଲିନଙ୍କୁ ଯେଭଳି ଭାବେ ଉପମୁଖ୍ୟମନ୍ତ୍ରୀ କରାଯାଇଛି ତାହା  ଡିଏମ୍‌କେର ମୃତ୍ୟୁ ଘଣ୍ଟି ବଜାଇବ।   କେବଳ ବଂଶବାଦୀ ଶାସନରେ ରାଜ୍ୟରେ ବିକାଶ ହେବନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    68 %
    2.8kmh
    82 %
    Sat
    31 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ