Saturday, October 10, 2026
22.4 C
Odisha

    ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୫ ବର୍ଷର ଅପାରଗ ବିଜେଡି ସରକାର ବିରୁଦ୍ଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ ହୋଇଛି। ରାଜଧାନୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟରେ ଏହାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ‘‌କେତେ ଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ଏହି ଚାର୍ଜସିଟ୍ ଆଣିଛି ବିଜେପି। ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଚାର୍ଜସିଟ୍ ଜାରି କରାଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜନ ସମସ୍ୟାକୁ ନେଇ ଚାର୍ଜସିଟ୍ ଅଣାଯାଇଛି। ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ବି ଦଳ ପ୍ରଶ୍ନ ଉଠାଇଛି। ଏହି ଚାର୍ଜସିଟ୍ ରେ ୨୫ଟି ପ୍ରଶ୍ନ କରାଯାଇଛି।

    ଓଡ଼ିଶାବାସୀଙ୍କଠାରୁ ତାମିଲନାଡ଼ୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି, ହେଲେ ତାମିଲନାଡୁ ବିଦ୍ୟୁତ୍ ବିତରଣ ସଂସ୍ଥା ୟୁନିଟ ପିଛା ୨ଟଙ୍କା ୫୩ ପଇସା ଦେଉଛି। ଓଡ଼ିଶାରେ ଶାସନ ଲାଇନଚ୍ୟୁତ ହୋଇଛି। ଠିକ୍ ‌ସେହିପରି ଯୋଗ୍ୟ ଲୋକଙ୍କୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାରେ ଘର ଦିଆଯାଉନାହି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

    ଏଣେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟରେ ଓଡ଼ିଆ ଲୋକଙ୍କ ଅସ୍ମିତା ପାଇଁ ଲଢ଼େଇ କରିବ ବିଜେପି। ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି। ଆଜି ରାଜ୍ୟର ମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ମୁହଁରୁ ପଦୁଟିଏ କଥା ବାହାରୁନାହିଁ।

    ରାଜ୍ୟରେ ୨୫ ବର୍ଷ ଭିତରେ କ’ଣ କ’ଣ ସମସ୍ୟା ଦେଖାଦେଇଛି ତାହା କହିଛି ବିଜେପି । ରାଜ୍ୟରେ ହଜାର ହଜାର ପରିବାର ଚିଟଫଣ୍ଡର ଶିକାର ହେଲେ । ସେମାନଙ୍କୁ  ସେମାନଙ୍କ ଜମା ଟଙ୍କା ଫେରାଇବାକୁ କର୍ପସ୍ ଫଣ୍ଡ ଗଠନ ହେଲା , କମିଶନ ବି ବସିଲା କିନ୍ତୁ ଫଳ କିଛି ହେଲାନି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବିଜେଡି ସରକାର। ଓଡ଼ିଶାରେ ୭୫ ବର୍ଷ ପରେ ସବୁଠୁ ଚିନ୍ତାଜନକ ବିଷୟକୁ ନିମନ୍ତ୍ରଣ କରିଛନ୍ତି ବିଜେଡି ସରକାର। ଏ ରାଜ୍ୟରେ ମନ୍ତ୍ରୀ , ଏମଲଏ, ଏମପିଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମୂଲ୍ୟବୋଧ ନିରୂପଣ କରିପାରୁନାହାଁନ୍ତି ବିଜେଡି ସରକାର। ସେମାନଙ୍କ ମର୍ଯ୍ୟାଦା ରଖିପାରୁନାହାନ୍ତି । ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ରହି ଶାସନ ନିୟନ୍ତ୍ରଣ କରୁଛନ୍ତି। ଅଫିସରଙ୍କ ଆତଙ୍କ ରାଜ୍ୟରେ ନୂଆ ରୂପ ନେଇଛି ବୋଲି କହିଛନ୍ତି ମନମୋହନ ସାମଲ।

    ଏ ସରକାର ଗାଁକୁ ସମ୍ମାନ ଦେଇନାହାଁନ୍ତି । ରାଜ୍ୟର ଅସ୍ମିତାକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ଏବେ ସାଧାରଣ ଲୋକଙ୍କ ମନରେ ଏହି ସରକାରଙ୍କ ବିରୋଧରେ ଅସନ୍ତୋଷ ବିସ୍ଫୋରଣ ହୋଇଛି। ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,  ନିର୍ବାଚନ ପ୍ରଭାରୀ ବିଜୟସିଂ ତୋମର, ସହ ପ୍ରଭାରୀ ଲତା ଉଣ୍ଡେସି, ପୂର୍ବତନ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ