Saturday, September 12, 2026
24.4 C
Odisha

    ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ, ସିଆଇଏସଏଫ୍ ଡଗ୍ ସ୍କ୍ବାଡର ତନାଘନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ବ୍ୟାଗ୍ ଦେଖିବାକୁ ମିଳିଛି। ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ସେଠାରେ ପହଞ୍ଚିଥିଲା  ସିଆଇଏସଏଫର ଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏଯାଏ କୌଣସି ସୂଚନା ମିଳିନାହିଁ ।
    କଥା ହେଉଛି ,କିଛି ସମୟ ପୂର୍ବରୁ ଖଲିସ୍ତାନୀ ନେତାଙ୍କର ଧମକପୂର୍ଣ୍ଣ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଭୁବନେଶ୍ୱର ବିମାନବନ୍ଦରର ଫଟୋ ସଂଲଗ୍ନ ହୋଇଥିଲା । ଏହାପରେ ଏବେ ବିମାନବନ୍ଦରରେ ଏହି ଅଜଣା ନୀଳ ବ୍ୟାଗ୍ ରହିଥିବା ଦେଖିବା ପରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟଗକୁ ନେଇ ତନାଘନା ଜାରି ରହିଛି। ଏହାପରେ ସେଠିକାର ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ