Wednesday, August 5, 2026
29.1 C
Odisha

    ଅପହରଣ କରି ୧୪ ବର୍ଷୀୟ ବାଳିକା ସହିତ ୨ ମାସ ଧରି ଦୁଷ୍କର୍ମ କରୁଥିଲା ‘ଇନ୍‌ଷ୍ଟାଗ୍ରାମ୍‌’ ବନ୍ଧୁ

    ଆଗକୁ ପଢନ୍ତୁ

    କାନପୁର: ‘ଇନ୍‌ଷ୍ଟାଗ୍ରାମ୍‌’ଦ୍ବାରା ବନ୍ଧୁତା ହୋଇଥିବା ଜଣେ ୧୪ ବର୍ଷୀୟ ବାଳିକାକୁ ଜଣେ ମୁସଲମାନ୍‌ ଯୁବକ ଅପହରଣ କରି ନେଇ ତା’ ସହିତ ୨ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ପୁଲିସ କହିଛି। ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ ଘଟିଥିବା ଏହି ଘଟଣା‌ରେ ସରବ୍ୟ ହୋଇଥିବା ସେ ବାଳିକାଜଣକ କହିଛି ଯେ, ଅଭିଯୁକ୍ତ ତାକୁ ଜବରଦସ୍ତି ଆମିଷ ଖୁଆଇଛି ଓ ନମାଜ ପାଠ କରାଇଛି।

    ବାଳିକାର ବାପାଙ୍କ ଅଭିଯୋଗକ୍ରମେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ କହିଛି, ଅଭିଯୁକ୍ତ ଅଳ୍ପ କିଛି ମାସ ତଳେ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେ ବାଳିକା ସହିତ ବନ୍ଧୁତା ସ୍ଥାପନ କରିଥିଲା। ଅକ୍ଟୋବର ମାସରେ ଅଭିଯୁକ୍ତ ସେ ବାଳିକାକୁ ନାନା ପ୍ରଲୋଭନ ଦେଖାଇ ଘରୁ ପଳାଇ ଆସିବାକୁ କହିଥିଲା।ବାଳିକା କହିଛି, ମୋତେ ପ୍ରଲୋଭିତ କରିବାକୁ ସେ ବଙ୍ଗଳା ଓ କାର୍‌ ଆଦିର ଫଟୋ ପଠାଇ ସେ ସବୁ ତାଙ୍କର ବୋଲି କହୁଥିଲା। କିନ୍ତୁ, ମୁଁ ଯାଇ ଦେଖିଲି ତାଙ୍କ ଘରଟି ପୁରୁଣା ଓ ଜରାଜୀର୍ଣ୍ଣ। ଅଳ୍ପ କିଛି ଦିନ ପରେ ଅଭିଯୁକ୍ତ ତା’ ସହିତ ଦୁଷ୍କର୍ମ କଲା। ଜବରଦସ୍ତି ତାକୁ ଆମିଷ ଖୁଆଇ ‘ନମାଜ’ ପାଠ କରାଇଲା ବୋଲି ବାଳିକାଟି କହିଛି। ପ୍ରତିବାଦ କରିବାରୁ ସେ ଯୁବକ ଓ ତା’ ପରିବାର ଲୋକେ ତାକୁ ମାରଧର କରୁଥିଲେ। ତା’ପରେ ସେ ଯୁବକ ଜଣେ ମୌଲବୀଙ୍କୁ ଡକାଇ ଡିସେମ୍ବର ୩୦ ତାରିଖ ଦିନ ‘ନିକ୍କ’ ବା ବାହାଘର ସ୍ଥିର କରିଥିଲା। ତାକୁ ଗୋଟାଏ ମସ୍‌ଜିଦ୍‌କୁ ନେଇ ତା’ର ନାଁ ବଦଳାଇ ମୁସ୍କାନ୍‌ ଖାଁ ବୋଲି ରଖାଯାଇଥିଲା ବୋଲି ସେ କହିଥିବା କଥା ପୁଲିସ କହିଛି।କୌଣସିସୂତ୍ରରୁ ଖବର ପାଇ ଏକ ହିନ୍ଦୁ ସଙ୍ଗଠନର ସଦସ୍ୟମାନେ ସେ ବାଳିକାକୁ ଉଦ୍ଧାର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.1 ° C
    29.1 °
    29.1 °
    78 %
    1.7kmh
    100 %
    Wed
    29 °
    Thu
    27 °
    Fri
    25 °
    Sat
    29 °
    Sun
    31 °

    ସମ୍ବନ୍ଧିତ