ପାନ ଖାଇବା ଅଭ୍ୟାସ ଅନେକ ଲୋକଙ୍କର ରହିଛି । କେହି ଖାଇବା ପରେ ପାନ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ଦିନକୁ ଅନେକ ଥର ପାନ ଖାଇଥାନ୍ତି । କିନ୍ତୁ ନିୟମିତ ପାନ ଖାଇବା ଯୋଗୁଁ ଧୀରେ ଧୀରେ ଦାନ୍ତରେ କଳା ଦାଗ, ହଳଦିଆ ଦାଗ ଏବଂ ମଇଳା ଜମିବା ଭଳି ସମସ୍ୟା ଦେଖାଦିଏ । ବିଶେଷକରି ପାନ ସହିତ ଗୁଆ, ଚୂନ, ଖଇନି କିମ୍ବା ତମାଖୁ ଖାଇଲେ ଦାନ୍ତର ରଙ୍ଗ ଖରାପ ହେବା ସହ ପାଟିର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ ।
