Tuesday, March 24, 2026
21.6 C
Odisha

    ବେଲଗାମ ପରିବା ଦର, ଯାହା କିଣିବ ୮୦ ଟଙ୍କା ଉପରେ

    ଆଗକୁ ପଢନ୍ତୁ

    କଟକ : ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। କଟକ ଛତ୍ରବଜାରରେ କିଲୋ ୮୦ ଉପରେ ପ୍ରାୟ ସବୁ ପରିବା । ଟମାଟୋ ୧୦୦କୁ ଫୁଲ କୋବି ୧୨୦ ଟଙ୍କା। କଂଚାଲଙ୍କା ୮୦, କଖାରୁ ୪୦, ଭେଣ୍ଡି ୪୦ ଝୁଡୁଙ୍ଗ ୬୦ ଟଙ୍କା ।

    ପରିବା ବଜାରକୁ ଆସିଲେ ପକେଟ ଖାଲି ହୋଇଯାଉଥିବା ବେଳେ ବ୍ୟାଗ ପୂରୁନି। ଆଗରୁ ଅଧ କିଲୋ କି କିଲେ ଲେଖାଏଁ ପରିବା କିଣୁଥିବାବେଳେ ଏବେ ଅଢେଇଶହ ନେବାକୁ ମଧ୍ୟ ବାଧ୍ୟ ହେଉଛନ୍ତି। ୫ଶହ ଟଙ୍କା ଆଣିଲେ ବି ଅଧା ବ୍ୟାଗ ପୁରୁନି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କେବଳ ପରିବା ନୁହେଁ ଆଳୁ, ପିଆଜ ଦର ବି ଆକାଶଛୁଆଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ